ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣି ବ୍ଲକର ଗାରବନ୍ଧା ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ଓଡ଼ିଶା ଯୁବ ବିଜେଡି ଉପସଭାପତି ଇଂ ରୂପେଶ ପାଣିଗ୍ରାହୀଙ୍କ ନିର୍ଦେଶରେ ମାଗଣାରେ ଏହି ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି । ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ୧୦ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ଗଜପତି ରାଓ, ବିଜେଡିର ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ଭିର୍. ରାଜୁ, ଗାରବନ୍ଧା ସରପଞ୍ଚ ଅଶୋକ ବାବୁ, ଓ ସମିତି ସଭ୍ୟ ସମେତ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏଠାରେ ମାଗଣାରେ ଚକ୍ଷୁ, ଦାନ୍ତ, ଔଷଧ, ଶିଶୁମାନଙ୍କର ଚିକିତ୍ସା, ଚର୍ମରୋଗ ଚିକିତ୍ସା ଓ ଶୈଲ୍ୟ ଚିକିତ୍ସା ସହିତ ଅନ୍ୟ ସବୁ ସ୍ୱାସ୍ଥ୍ୟ ଚିକିତ୍ସା କରାଯାଇଛି ଅନାଥ ଆଶ୍ରମର ପ୍ରାୟ ୧୦୦ ଜଣ ପିଲାଙ୍କୁ ମାଗଣାରେ ଚିକିତ୍ସା କରାଯାଇଛି । ବହୁ ସଂଖ୍ୟାରେ ଲୋକମାନେ ଏଠାରେ ସ୍ୱାସ୍ଥ୍ୟ ଚିକିତ୍ସାର ସୁବିଧା ନେଇ ପାରିଛନ୍ତି ।

Leave a Reply

Your email address will not be published. Required fields are marked *