ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ତାଣ୍ଡବଲୀଳାରେ ସମଗ୍ର ବିଶ୍ବ ତ୍ରାହି ତ୍ରାହି ଡାକୁଥିବା ବେଳେ ଜୀବନକୁ ବାଜି ଲଗାଇ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆଜକୁ ଦୀର୍ଘ ୧୪୫୬ ଦିନ ଧରି ମହାମାରୀ କରୋନା ସଚେତନତା ଓ କୋଭିଡ୍ କିଟ୍ ବଣ୍ଟନ ସହ ଗରିବ ଓ ଅସହାୟ ଲୋକ ମାନଙ୍କୁ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ମାଧ୍ୟମରେ ରିଲିଫ ସାମଗ୍ରୀ ବଣ୍ଟନ ଜାରି ରଖିଛି । ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ଦିନ ସଂଖ୍ୟା ୧୪୫୦ ରୁ ୧୪୫୬ ଦିନ ପର୍ଯ୍ୟନ୍ତ ସାତ ଦିନ ଧରି ଅର୍ଥାତ୍ ଗତ ୧୦ ମାର୍ଚ୍ଚ ୨୦୨୪ ରୁ ୧୬ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଚେତନତା ସହ କୋଭିଡ୍ କିଟ୍ ଏବଂ ଗରିବ ଓ ଅସହାୟ ମାନଙ୍କୁ ରିଲଫ୍ ବଣ୍ଟନ ଜାରି ରଖିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଭାରତ ବର୍ଷରେ ଆକ୍ଟିଭ କେସ ତିନି ଅଙ୍କରୁ ବଢ଼ି ବଢ଼ି ଗତ ଶୁକ୍ରବାର ୧,୦୭୮ ଓ ଶନିବାର ୧,୧୩୭ ରେ ପହଞ୍ଚିଛି।ଏଣୁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧି କରି ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ପଦ୍ମନାଭ ମଲ୍ଲିକ,ସୁମନ ମଲ୍ଲିକ ଏବଂ ତାଙ୍କର ସାଥି ମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି । ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ ୫୮ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ଯାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ପରିସରରେ ଗତ ୧୦ ତାରିଖ ରବିବାର ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସମୀକ୍ଷକ ଭାବରେ ମିହିର କୁମାର ମଲ୍ଲିକ, ସନ୍ଧ୍ୟାରାଣୀ ବାରିକ, ସନ୍ତୋଷ କୁମାର ଚାନ୍ଦ ଆଦି ଯୋଗଦାନ କରିଥିଲେ ।
ଚିନ୍ମୟ ଫାଉଣ୍ଡେସନର ୫୮ ତମ ସମୀକ୍ଷା ବୈଠକ ସହ ୨୦୮ ତମ ସାପ୍ତାହିକ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ !!!

