ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଦୁର୍ଘଟଣା : ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଦୁର୍ଘଟଣା , ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ! ୫୩ ନଂ ଜାତୀୟ ରାଜପଥ ସୁକିନ୍ଦା ଡୁବୁରୀ ରାସ୍ତାର ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଏକ ଦୁର୍ଘଟଣା ଘଟି ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି । ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମ ବଟକୃଷ୍ଣ ପଣ୍ଡାଙ୍କ ପୁଅ ଶୁଭକାନ୍ତ ପଣ୍ଡା ବାଇକରେ ରାଜପଥ ଅତିକ୍ରମ କରୁଥିବା ସମୟରେ ଡୁବୁରୀ ପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ ସହ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଶୁଭକାନ୍ତ ଗୁରୁତର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଶୁଭକାନ୍ତକୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ରାସ୍ତା ଅତିକ୍ରମ କରୁଥିବା ସଂପୃକ୍ତ ବାଇକକୁ ବଞ୍ଚାଇବା ପାଇଁ ପିକଅପଟି ରାସ୍ତା କଡକୁ ଓଲଟି ପଡିଥିବା ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ ଦୋକାନୀଙ୍କ ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣା ପରେ ପିକଅପ୍ ଗାଡ଼ିର ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୂଚନା ପାଇ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *