ଦାନଗଦୀ ବ୍ଲକ ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ନାୟକ ନିଲମ୍ବିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦାନଗଦୀ ବ୍ଲକ ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ନାୟକଙ୍କୁ ପଦବୀରୁ ନିଲମ୍ବନ କଲା ଦଳ ! ଦଳ ବିରୋଧି କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାନଗଦୀ ବ୍ଲକ ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ନାୟକଙ୍କୁ ପଦବୀରୁ ନିଲମ୍ବନ କରାଯାଇଛି ! ଏ ସମ୍ପର୍କରେ ସୁକିନ୍ଦା ବିଜୁ ଜନତା ଦଳ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବିଶୃଙ୍ଖଳିତ ଆଚରଣ ପାଇଁ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇଙ୍କ ନିର୍ଦ୍ଦେଶ କ୍ରମେ ଦାନଗଦୀ ବ୍ଲକ ସଭାପତି ଦିଲ୍ଲୀପ ନାୟକଙ୍କୁ ବିଜେଡିରୁ ନିଲମ୍ବନ କରାଗଲା । ଏନେଇ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ପ୍ରେସ ଇସ୍ତାହାର କରି ସାମ୍ୱାଦିକ ମାନଙ୍କୁ ନୋଟିସ ଜାରିଆରେ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *