ବାରଙ୍ଗରେ ଫୁଟିଲା ପଦ୍ମ : ଶାସକ ଦଳର କ୍ଲିନ ସୁଇପ ଆଶା ମଉଳିଲା !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଫସର ଫାଟିଲା ବିଜେଡି ର ହାଇ ଭୋଲଟେଜ ପ୍ରଚାର , କାମ ଦେଲାନି ସାମାଜିକ ଗଣମାଧ୍ୟମରେ ପେଡ ଖବର . ବାଙ୍କୀ ରେ ଶାସକ ଦଳ କ୍ଲିନ ସୁଇପ କରିବା ବୋଲି ଆଶା ବାନ୍ଧିଥିବା ବେଳେ ବାଙ୍କୀର ପ୍ରବେଶ ପଥରେ ବାଟ ଓଗାଳିଲେ ତୁଷାରକାନ୍ତ ଚକ୍ରବର୍ତ୍ତୀ . ବାରଙ୍ଗ ୩୨ ନମ୍ବର ଜୋନ ରେ ଫୁଟିଲା ପଦ୍ମ . ସବୁ କଳ୍ପନା ଜଳ୍ପନା ର ଅବସାନ ଘଟାଇ ବାରଙ୍ଗ ଜିଲ୍ଲା ପରିଷଦ ଆସନ କୁ ନିଜ କବଜାକୁ ନେଇଛି ଭାରତୀୟ ଜନତା ପାର୍ଟି . ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ହିଁ ଆମେ ଖବର ପ୍ରସାରଣ କରିଥିଲୁ ବାରଙ୍ଗ ଜୋନ ର ସମ୍ଭାବ୍ୟ ଫଳାଫଳ ନେଇ . ତେବେ ବାରଙ୍ଗ ଜୋନ ଜିଲ୍ଲା ପରିଷଦ ଲଢେଇରେ ଚଳିତ ଥର ବିରୋଧୀ ଏବଂ ନିଜ ଦଳ ତରଫରୁ ବହୁ ପ୍ରତିକୂଳ ପରିସ୍ଥିତି ଥାଇ ସୁଦ୍ଧା ନିର୍ବାଚନ କୁ ଜିତି ନେଇଛନ୍ତି ତୁଷାରକାନ୍ତ ଚକ୍ରବର୍ତ୍ତୀ . ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦଳୀୟ ପ୍ରାର୍ଥୀ ସୁମିନା ପ୍ରଧାନଙ୍କ ପାଇଁ ଧୂଆଁଧାର ପ୍ରଚାର କରିଥିଲେ . ଅନ୍ୟ ପକ୍ଷରେ ବାଙ୍କୀ ବିଜେପିର ନେତା ତୁଷାରକାନ୍ତ ଙ୍କ ପାଇଁ ପ୍ରଚାରକୁ ସୁଦ୍ଧା ଆସି ନଥିଲେ , ଆହୁରି ମଧ୍ୟ ବିଜେପି ପ୍ରଯୋଜନାରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଆଉ ଜଣେ ନାମାଙ୍କନ କରି ନିଜକୁ ଭୋଟ କଟର ବୋଲି ପ୍ରଚାର କଲେ . ତେବେ ମଜବୁତ ଦଳୀୟ ସଂଗଠନ , ଉନ୍ନତ ନିର୍ବାଚନ ପରିଚାଳନା ଗତ ବ୍ୟବସ୍ଥା , ପଞ୍ଚାୟତ ସ୍ତରରେ ଭଲ ସହଯୋଗୀ ପ୍ରାର୍ଥୀ ଏବଂ ସର୍ବୋପରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଅଦମ୍ୟ ପରିଶ୍ରମରେ ଆସିଲା ଆଶାନୁରୂପ ଫଳ . ବିଜେଡିର ଗଡ କୁହା ଯାଉଥିବା ବାରଙ୍ଗରେ ଫୁଟିଲା ପଦ୍ମ . ତେବେ ରାଜନୀତି ସମୀକ୍ଷକଙ୍କ ମତରେ ଏହି ନିର୍ବାଚନ ଫଳାଫଳ ଆଗାମୀ ଦିନରେ ବାଙ୍କୀ ବିଜେପି ନେତୃତ୍ୱ ଚୟନ ଉପରେ ପକାଇବ ପ୍ରଭାବ .

Leave a Reply

Your email address will not be published. Required fields are marked *