ଟିକେଟ ଦେଇ ଫେରାଇ ନେବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପ୍ରାର୍ଥୀ ଚୟନ ଏବଂ ଟିକେଟ ବଣ୍ଟନକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବାବେଳେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ମୋହନ ହେମ୍ବ୍ରମ। କେନ୍ଦୁଝର ଲୋକସଭା ଆସନ ଲାଗି ମୋହନ ହେମ୍ବ୍ରମଙ୍କୁ ପଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ। କିନ୍ତୁ ପରେ ଟିକେଟ ଫେରାଇ ନେଇ ତାଙ୍କ ସ୍ଥାନରେ ଇଂରେଜ ବିନୋଦ ବିହରୀ ନାଏକଙ୍କୁ ପ୍ରାର୍ଥୀ କଲା ଦଳ । ଏହି କାରଣକୁ ନେଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମୋହନ ହେମ୍ବ୍ରମ। ତାଙ୍କ ପତ୍ନୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳ ପ୍ରତି ନିଜର ଅସନ୍ତୋଷ ଜାହିର କରିଛନ୍ତି ମୋହନ। ସେ କହିଛନ୍ତି, “ଏଆଇସିସିର ନିଷ୍ପତ୍ତି ମୋତେ ଲଜ୍ଜିତ କରିଛି। ଟିକେଟ ଦେଇ ଟିକେଟ ଟିକେଟ କାଟୁଛି ଦଳ। ମୋର ଯଦି ଯୋଗ୍ୟତା ନଥିଲା ଦଳ କାହିଁକି ମୋତେ ପ୍ରାର୍ଥୀ ଘୋଷଣା କରିଥିଲା ? ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ କେନ୍ଦୁଝର ଲୋକସଭା ଆସନ ଲାଗି ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଘୋଷଣା ପରେ ଦଳର ସମସ୍ତ କର୍ମକର୍ତ୍ତା ସମୂହ ଇସ୍ତଫା ଦେଇଥିଲେ। ପରେ ଏହି ଆସନରେ ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ।

Leave a Reply

Your email address will not be published. Required fields are marked *