ବାଣପୁର ରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସନ୍ଧ୍ୟା ସମୟରେ ବାଣପୁର ଥାନା ସାନହନ୍ତୁଆଡ଼ ବାଉଁଶ ନଈ ଠାରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ରେ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥା ରେ ଭୁବନେଶ୍ୱର କୁ ସ୍ଥାନାନ୍ତରିତ ହୋଇଛନ୍ତି । ଘଟଣା ରୁ ପ୍ରକାଶ ଯେ ଗମ୍ଭାରୀମୁଣ୍ଡା ପଙ୍କାଳ ଗ୍ରାମର ବଳରାମ ନାୟକ ଓ ସୁମନ୍ତ ନାୟକ ବାଇକ ଯୋଗେ ବାଣପୁର ରୁ ପଙ୍କାଳ ଯାଉଥିବା ବେଳେ ସାନହନ୍ତୁଆଡ଼ ନିକଟସ୍ଥ ବାଉଁଶ ନଇ ବ୍ରିଜ ନିକଟ ରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ବଳରାମ ନାୟକ ପିତା ବାବୁ ନାୟକ ଙ୍କ ର ମୃତ୍ୟୁ ଘଟିଥିବା ବେଳେ ସମ୍ପର୍କୀୟ ସୁମନ୍ତ ନାୟକଙ୍କୁ ଚିକିତ୍ସା ନିମନ୍ତେ ବାଣପୁର ରୁ ଭୁବନେଶ୍ୱରକୁ ଗୁରୁତର ଅବସ୍ତାରେ ସ୍ଥାନାନ୍ତରିତ କରାଯାଇଛି । କୌଣସି ଗାଡି ଧକ୍କା ଦ୍ୱାରା ଏହି ଦୁର୍ଘଟଣା ଘଟି ଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।।

Leave a Reply

Your email address will not be published. Required fields are marked *