ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ସମଗ୍ର ପୃଥିବୀରୁ ସମ୍ପୂର୍ଣ୍ଣ ଭାବେ ଲୋପ କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୫୦୫ ଦିନ ଧରି ମହାମାରୀ କରୋନା ସଚେତନତା ଓ କୋଭିଡ୍ କିଟ୍ ବଣ୍ଟନ ସହ ଗରିବ ଓ ଅସହାୟ ଲୋକ ମାନଙ୍କୁ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ମାଧ୍ୟମରେ ରିଲିଫ ସାମଗ୍ରୀ ବଣ୍ଟନ ଜାରି ରଖିଛି। ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ଦିନ ସଂଖ୍ୟା ୧୪୯୯ରୁ ୧୫୦୫ ପର୍ଯ୍ୟନ୍ତ ଅର୍ଥାତ୍ ଗତ ୨୮ ଅପ୍ରେଲ ୨୦୨୪ ମସିହାରୁ ୦୪ ମଇ ୨୦୨୪ ମସିହା ପର୍ଯ୍ୟନ୍ତ ସାତ ଦିନ ଧରି ଅର୍ଥାତ୍ ଫାଉଣ୍ଡେସନର ୨୧୫ ତମ ସପ୍ତାହରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଚେତନତା ସହ କୋଭିଡ୍ କିଟ୍ ଏବଂ ଗରିବ ଓ ଅସହାୟ ମାନଙ୍କୁ ରିଲଫ୍ ବଣ୍ଟନ ଜାରି ରଖିଥିବାର ଦେଖିବାକୁ ମିଳିଛି।ଏଥିରେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ରାକେଶ ଜେନା ଓ ଅନ୍ୟମାନେ ସହଯୋଗ କରିଥିଲେ।ମିଳିଥିବା ସୂଚନା ଅନୁଯାୟୀ ଭାରତରେ କୋଭିଡ ଆକ୍ଟିଭ କେସ ତଳମୁହାଁ ହେବାସହ ତିନି ଅଙ୍କରେ ପହଞ୍ଚିଛି। ଗତ ଗୁରୁବାର ଭାରତରେ ଏହାର ମାତ୍ରା ୮୫୬ ଥିବା ବେଳେ ଗତ କାଲି ଏହା ୮୫୦ରେ ସୀମିତ ରହିଛି। ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସୂଚନା ଅନୁଯାୟୀ ଅନ୍ତତଃ ପକ୍ଷେ ଏହା ଆଉ କିଛି ଦିନ ପର୍ଯ୍ୟନ୍ତ ଚାଲୁ ରଖାଯିବା ପାଇଁ ସ୍ଥିର କରାଯାଇଛି।
୨୧୫ ତମ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

