ପାୱାର ଶୋ ସହ ନାମାଙ୍କନ ଦାଖଲ କଲେ ନୟାଗଡ଼ ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ହଜାର ହଜାର କର୍ମୀଙ୍କୁ ନେଇ ନୟାଗଡ଼ରେ ପାୱାର ଶୋ ସହ ନାମାଙ୍କନ ଦାଖଲ କଲେ ନୟାଗଡ଼ ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ନିର୍ବାଚନ ଜିତିଲେ ୧୦୦ ଦିନରେ ନୟାଗଡ଼ ଚିନି କଳ ଚାଲିବା ସହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ ବୋଲି ପୁଣି ଦୋହରାଇଛନ୍ତି ସମ୍ବିତ ପାତ୍ର । ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ଼ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ନେତୃତ୍ୱ ହଜାର ହଜାର ବିଜେପି କର୍ମୀ ଏକାଠି ହୋଇ ଏକ ବିରାଟ ଶୋଭଯାତ୍ରା କରିଥିଲେ । ଦୁର୍ଗାପ୍ରସାଦ ଠାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହଜାର ହଜାର ବିଜେପି କର୍ମୀଙ୍କ ସହ ବିରାଟ ଶୋଭାଯାତ୍ରା ହୋଇଥିଲା । ପରେ ନୟାଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରିଛନ୍ତି ବିଜେପି ବିଧାୟିକା ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ନୟାଗଡ଼ରେ ଓ ପୁରୀରେ ପଦ୍ମ ଫୁଟିବ ବୋଲି କହିଛନ୍ତି ସମ୍ବିତ ପାତ୍ର ।

Leave a Reply

Your email address will not be published. Required fields are marked *