ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ସାଧାରଣ ସମସ୍ୟା କୁ ଅଣଦେଖା କରିଛନ୍ତି ଶାସକ ଦଳର ନେତା , ବିରୋଧୀ ମଧ୍ୟ ଢିଲା ! ଖାଲି ସ୍ଲୋଗାନ ରେ ବିକାଶ କରିଛି ବାଙ୍କୀ ! ବ୍ୟାନର ପୋଷ୍ଟର ରେ ସବୁଜ ସମୃଦ୍ଧ ସୁସ୍ଥ ଏବଂ ସ୍ୱଚ୍ଛ ଲେଖାଯାଉଛି ! ହେଲେ ବାସ୍ତବ ଅବସ୍ଥା କଣ ବାଙ୍କୀ ବାସୀ ଜାଣନ୍ତି ! ବାଙ୍କୀ ର ବିଭିନ୍ନ ସମସ୍ୟା ର କଥା କହି କ୍ଷମତାରେ ଥିବା ଲୋକ ଏବଂ ବିରୋଧୀଙ୍କୁ ପ୍ରଶ୍ନ ଘେରାକୁ ଆଣିଛନ୍ତି ସୁବାଷ ରାଉତ ! ଜାତୀୟ ଦଳ ଏନଏପି ରୁ ବାଙ୍କୀ ରେ ବିଧାୟକ ଭାବରେ ଲଢ଼ିବା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୁବାଷ ରାଉତ ! ବାଙ୍କୀ ବାସୀଙ୍କ ସମର୍ଥନ ରହିଲେ ବିକଶିତ ବାଙ୍କୀ ଗଢିବା ପାଇଁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି ଦୃଢତାର ସହ କହିଛନ୍ତି !
ଖାଲି ସ୍ଲୋଗାନ ରେ ବିକାଶ କରିଛି ବାଙ୍କୀ – ସୁବାଷ ରାଉତ !!!

