ଆଲଝୋଲ ଗ୍ରାମରେ ଶିଶୁ ମାନଙ୍କୁ ନେଇ ଏକ “ଗ୍ରୀଷ୍ମ କାଳୀନ ଶିବିର” !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦେଶାଇ ଫାଉଣ୍ଡେସନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ ରାୟଗଡ଼ ବ୍ଲକର, ଆଲଝୋଲ ଗ୍ରାମରେ ଶିଶୁ ମାନଙ୍କୁ ନେଇ ଏକ “ଗ୍ରୀଷ୍ମ କାଳୀନ ଶିବିର” ଅନୁଷ୍ଠିତ ହୋଇଥିଲା । ଏହି କାର୍ଯକ୍ରମରେ ଦେଶାଇ ଫାଉଣ୍ଡେସନର ପ୍ରୋଗାମ ସଂଯୋଜକ ବିଜୟ ପ୍ରଧାନ, କାର୍ଯ୍ୟକ୍ରମର ଶୁଭାରମ୍ଭ କରି, ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧ୍ୟେଶ ଥିଲା ଯେ , ଏହି ଖରା ଛୁଟିରେ ଗ୍ରାମରେ ଥିବା ୫ ବର୍ଷରୁ -୧୬ ବର୍ଷର ଛତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ “ଗ୍ରୀଷ୍ମ କାଳୀନ ଶିବିର” ଅନୁଷ୍ଟିତ କରି, ବାଲ୍ୟ ବିବାହର କୁପରିମାଣ , ପରିବେଶ ସନ୍ତୁଳନ, ସ୍ୱାସ୍ଥ୍ୟ ପରିଷ୍କାର ଓ ପରିଛନ୍ନତା ଶିକ୍ଷା ସହ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଉତ୍ସାହ କରିବା ସହ ସେମାନଙ୍କୁ ଆତ୍ମବିଶ୍ଵାସ ବଡାଇବା ପାଇଁ ବିଭିନ୍ନ ପ୍ରତିଯୋଗିତା କରଯାଇଥିଲା, ଯଥା – ଚିତ୍ରାଙ୍କନ, ବକୃତା, ଗୀତା, ସଙ୍ଗୀତ, ବର୍ଜ୍ୟ ପାଲଷ୍ଟିକ ବସ୍ତୁରେ ବିଭିନ୍ନ ଆକର୍ଷଣୀୟ ବସ୍ତୁ ତିଆରି କରିବା, ମାଟିର ବିଭିନ୍ନ ପାତ୍ର କରିବା , ଓ ବିଭିନ୍ନ ମନୋରଂଜନ ଖେଳ ଇତ୍ୟାଦି କରାଯାଇଥିଲା । ଉକ୍ତ କାର୍ଯକ୍ରମରେ ୬୦ଜଣ ଶିଶୁ ମାନେ ଭାଗ ନେଇଥିଲେ ଓ ସେମାନଙ୍କୁ ଉତ୍ସାହ କରିବା ପାଇଁ ସ୍ଵାନ୍ତନ ମୂଳକ ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯକର୍ମରେ ଭାଗନେଇ ଶିଶୁମାନେ ଦେଶାଇ ଫାଉନ୍ଡେଶନ ଓ ସିସିଡି ଅନୁଷ୍ଠାନକୁ ସାଧୁବାଦ ଜଣାଇବା ସହ ଦେଶାଇ ଫୋୖଡେସନ ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ଆଗକୁ ଅଧିକ କରିବା ପାଇଁ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶାଇ ଫୋୖଣ୍ଡସନର କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *