ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂତନ କାର୍ଯ୍ୟାଳୟ ଓ ତାରିଣୀ ପୁସ୍ତକ ଭଣ୍ଡାର ତଥା ନିଶିଗନ୍ଧା ପାଠାଗାରର ଭୁବନେଶ୍ବର ରସୁଲଗଡ ଚକେଇସିଆଣୀ ଠାରେ ଶୁଭ ଉଦଘାଟନ ହୋଇଯାଇଛି | ଉଦ୍ଘାଟନୀ ଉତ୍ସବ ଅବସରରେ ପଦ୍ମଶ୍ରୀ ଡ଼ଃ.ଦେବୀପ୍ରସନ୍ନ ପଟ୍ଟନାୟକଙ୍କ କରକମଳରେ ନୂତନ ଗୃହ ଉଦଘାଟନ କରାଯିବା ସହ ଗଗନ ବିହାରୀ ସ୍ୱାଇଁ,ଜୟନ୍ତ କୁମାର ପାଣିଗ୍ରାହୀ,ଚକ୍ରଧର ତ୍ରିପାଠୀ, ମୁକ୍ତିକାନ୍ତ ବୈଶାଖୀ,ସ୍ବୀଟି ସାହୁ, ତାରିଣୀପ୍ରସାଦ ମହାନ୍ତି,ପ୍ରଫେସର ଧ୍ରୁବାନନ୍ଦ ବେହେରା,ଡ଼ଃ.ଅଭୟ କୁମାର ନାୟକ,ବିଷ୍ଣୁପ୍ରିୟା ପ୍ରତାପସିଂହ,ରଜତ କୁମାର ବାରିକ, ପ୍ରୀତିସ୍ମିତା ରାଉତ,ସସ୍ମିତା ପାହାଡ଼ସିଂ,ଲକ୍ଷ୍ମୀଧର ସାମନ୍ତରାୟ, ବଳରାମ ତରାଇ,ସସ୍ମିତା ତରାଇ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ନୂତନ କାର୍ଯ୍ୟାଳୟ, ତାରିଣୀ ପୁସ୍ତକ ଭଣ୍ଡାର ଓ ନିଶିଗନ୍ଧା ପାଠାଗାରର ଉଦ୍ଘାଟିତ !!!

