ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀ ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ପ୍ରକ୍ରିୟା ହୋଇଯାଇଛି । ସକାଳୁ ସକାଳୁ ଭୋଟର ଭୋଟ୍ ଦେବା ପାଇଁ ଭୋଟଦାନ କେନ୍ଦ୍ରରେ ଆସି ପହଞ୍ଚିଥିଲେ ! କାଶୀନଗର, ଗୁମ୍ମା, ଗୋଶାଣୀ ଓ ପାରଳାଖେମୁଣ୍ଡିକୁ ନେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଥିବା ବେଳେ ମୋଟ ଦୁଇ ଲକ୍ଷ ସତର ହଜାର ପାଞ୍ଚ ଶହ ପଞ୍ଚାବନ ଭୋଟର ରହିଛନ୍ତି । ସେଥି ମଧ୍ୟରୁ ପୁରୁଷ ଏକ ଲକ୍ଷ ସାତ ହଜାର ଶହେ ଦଶ ଭୋଟର ରହିଥିବା ବେଳେ ଏକ ଲକ୍ଷ ଦଶ ହଜାର ଚାରିଶହ ଅଠେଇଶି ମହିଳା ଭୋଟର ଏବଂ ସତର ଜଣ କିନ୍ନର ଭୋଟର ରହିଛନ୍ତି । ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀ ମୋହନା, ଆର ଉଦୟଗିରି, ରାୟଗଡ, ନୂଆଗଡ଼ କୁ ନେଇ ଗଠିତ ହୋଇଛି । ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଦୁଇଲକ୍ଷ ପଇଁଚାଲିଶ ହଜାର ନଅ ଶହ ବାର ଭୋଟର ରହିଥିବା ବେଳେ ସେଥି ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ଏକ ଲକ୍ଷ ଉଣେଇସି ହଜାର ତିନିଶହ ଚାଳିଶ, ଏକ ଲକ୍ଷ ଛବିଶିହଜାର ପାଞ୍ଚଶହ ଅଠସଠି ମହିଳା ଭୋଟର ଓ ତୃତୀୟ ଲିଙ୍ଗି ରହିଛନ୍ତି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ 276 ଟି ବୁଥ ରହିଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀରେ 297 ଟି ବୁଥ ରହିଛି । ମୋଟ ଚାରି ହଜାର ଶହେ ଜଣ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଅଣାନବେ ସମ୍ବେଦନଶୀଳ ବୁଥ ରହିଛି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ 44 ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀରେ 45 ଟି ସମ୍ବେଦନଶୀଳ ବୁଥ ରହିଛି ।
ଗଜପତିରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଥମ ପର୍ଯ୍ୟାୟ ମତଦାନ !!!

