ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଡିହ ଗ୍ରାମ ର ସୂର୍ଯ୍ୟକାନ୍ତ ପଣ୍ଡା ଓ ସସ୍ମିତା ପଣ୍ଡା ଙ୍କ ପୁତ୍ର ସ୍ୱୟଂ ସ୍ୱରୂପ ପଣ୍ଡା ଚଳିତ ସି ବି ଏସ ଇ ପରୀକ୍ଷାରେ ୯୫.୨ ଶତକଡା ମାର୍କ ରଖି ବାଣପୁର ବ୍ଲକ ରେ ସର୍ବାଧିକ ନମ୍ବର ରଖି ଅଞ୍ଚଳର ଗର୍ବ ଓ ଗୌରବ କୁ ବଢାଇଛନ୍ତି । ସେ ଆଇ ଏନ ଏସ ଚିଲିକା ସ୍ଥିତ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ପଢୁଥିବା ବେଳେ ଦୈନିକ ୬ ଘଣ୍ଟା ରୁ ଅଧିକ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ପରୀକ୍ଷା ଫଳ ର ଶ୍ରେୟ ସେ ନିଜର ପିତା ମାତା ଓ ଶିକ୍ଷକ ମାନଙ୍କୁ ଦେଇଛନ୍ତି । ଭବିଷ୍ୟତ ର ଜଣେ ସଫଳ ଡାକ୍ତର ହୋଇ ସମାଜସେବା କରିବାର ଆଶା ରଖିଛନ୍ତି । ବାଣପୁର ଅଞ୍ଚଳବାସି ସୂର୍ଯ୍ୟକାନ୍ତ ଙ୍କ ସଫଳତା ରେ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ମାଆ ଭଗବତୀ ତାଙ୍କ ର ଆଶା ଓ ସ୍ବପ୍ନ ପୂରଣ କରନ୍ତୁ ବୋଲି ଆଶା ବ୍ୟକ୍ତ କରିଛନ୍ତି ।।
ସି ବି ଏସ ଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ !!!

