ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ଓ ତାଙ୍କ ପାଖରୁ କିଛି ଶୁଣିବା ପାଇଁ ରାଜଧାନୀ ରାସ୍ତାରେ ରୁଣ୍ଡ ହୋଇଥିଲେ ଲକ୍ଷ ଲକ୍ଷ ଲୋକ । ଆଉ ଏହି ଜନସମୁଦ୍ର ଭିତରୁ ଶୁଭୁଥିଲା ନବୀନ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ଧ୍ବନୀ । ପୂରା ଭୁବନେଶ୍ବର ଥିଲା ଆଜି ନବୀନ ମୟ । ହଜାର ହଜାର ଛାତ୍ରଛାତ୍ରୀ, ମହିଳାଙ୍କ ଗହଣରେ ପୂରି ଉଠିଲା ରାଜଧାନୀ ରାଜପଥ । ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍ଯନଗର, ଶିଶୁଭବନ ଛକ ଦେଇ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ବରେ ସମବେତ ଜନତାଙ୍କ ମଧ୍ଯରେ ଥିଲା ଅପୂର୍ବ ଉତ୍ସାହ । ସୁଖଦୁଃଖର ସାଥୀ ନେତାଙ୍କ ସାନ୍ନିଧ୍ଯ ଲାଭ କରିବା ଲାଗି ସବୁଠି ରହିଥିଲା ଉଦବେଗ । ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଥିଲେ- ଜୁଲାଇ ମାସରୁ ବିଜୁଳି ବିଲ ମାଗଣା ହେବ । ସମସ୍ତଙ୍କ ଲାଗି ବିଏସକେୱାଇ ଲାଗୁ ହେବ । ଏହା ସହ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ସେ ଉପସ୍ଥିତ ଜନତାଙ୍କୁ ଦେଇଥିଲେ ଆହ୍ବାନ । ସମସ୍ତ ସ୍ଥାନରେ ହଜାର ହଜାର ଏସଏଚଜି ମହିଳା ବି ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଥିଲେ ଶୁଭେଚ୍ଛା । ହାତରେ ବିଜେଡି ପତାକା ଧରି ମେଗା ଶୋ’ରେ ସାମିଲ ହୋଇଥିଲେ ରାଜଧାନୀ ବାସୀ ।

Leave a Reply

Your email address will not be published. Required fields are marked *