ବାଣପୁର ର ଯୁବ ନେତା ସମ୍ମିମ୍ ଉଦିନ ଖାଁ ଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପ ସଭାପତି ଭାବେ ମିଳିଲା ଦାୟିତ୍ୱ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ର ସଂଗଠନ କୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ର ଜଣେ ଆଗଧାଡିର ଯୁବ ନେତାଙ୍କୁ ନୂତନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ଲିଖିତ ପ୍ରେସ ବିବୃତ୍ତି ଜରିଆରେ ବାଣପୁର ଏନଏସି ବିଜେଡି ର କାଉନସିଲର ସମ୍ମିମ୍ ଉଦିନ ଖାଁ ଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ତାଙ୍କ ଉପରେ ବିଶ୍ବାସ ରଖି ବିଜେଡି ଏହି ଗୁରୁ ଦାୟିତ୍ୱ ଦେଇ ଥିବାରୁ ସମ୍ମିମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ, ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଙ୍କ ସମେତ ବିଜେଡିର ସମସ୍ତ ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ବିଜେଡି ସଂଗଠନକୁ ସୁଦୃଢ଼ କରି ୨୦୨୪ ସାଧାରଣ ନିର୍ବାଚନ ରେ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ବିପୁଳ ବିଜୟ କରାଇ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *