ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚାଲିଛି ମତଦାନ , ଆଜି ହେଉଛି ଚିଲିକା ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ଭାଗ୍ୟ ନିର୍ଣ୍ଣୟ ! ପ୍ରଚାର ସମୟରେ ନିର୍ବାଚନ ମଣ୍ଡଳୀ ସାରା ଘୁରିବୁଲି ଜୋରଦାର ପ୍ରଚାର କରିଥିଲେ ବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳର ବିଧାୟକ ପାର୍ଥି ! ଅନ୍ୟ ପକ୍ଷରେ ନିର୍ଵାଚନକୁ ନେଇ ବେଶ ସକ୍ରିୟ ଅଛି ଜିଲ୍ଲା ପ୍ରଶାସନ ! ଜିଲ୍ଲାର ସମସ୍ତ ମୁଖ୍ୟ ରାସ୍ତାରେ ରହିଛି ସ୍କ୍ୱାର୍ଡ ର ତୀକ୍ଷ୍ମ ନଜର ! ଜାତୀୟ ରାଜପଥ ଉପରେ ଅଧିକାରୀଙ୍କ ଉପସ୍ଥିତିରେ କରାଯାଉଛି ଯାଞ୍ଚ ! ତୃତୀୟ ପର୍ଯ୍ୟାୟ ନିର୍ଵାଚନ ଯେପରି ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେବ ସେଥିପାଇଁ ପୁରା ତୟାର ରହିଛି ଜିଲ୍ଲା ପୁଲିସ ଏବଂ ପ୍ରଶାସନ ! ମଧ୍ୟାହ୍ନ ସୁଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀର ୨୪୬ ଟି ବୁଥରେ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି ମତଦାନ । କିଛି ବୁଥ୍ ମାନଙ୍କରେ ଇ ଭି ଏମ୍ ମେସିନ ରେ ତ୍ରୁଟି ଥିବା ବେଳେ ସେହି ବୁଥ୍ ମାନଙ୍କରେ ମତଦାନ ବିଳମ୍ବ ରେ ଚାଲିଥିବାର ସୂଚନା ମିଳିଛି ।।
ଚିଲିକା ନିର୍ବାଚନ ମଣ୍ଡଳୀରେ ୨୪୬ ଟି ବୁଥରେ ଚାଲିଛି ମତଦାନ !!!

