ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଦୀର୍ଘ ଦୁଇ ଦଶନ୍ଧି ରୁ ଅଧିକ ସମୟ ଧରି ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଢ଼ିବାକୁ ଯାଉଛି । ସାଧାରଣ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ରହିଛି । ତେବେ ବିଜେଡି ସରକାରର ମାଳମାଳ ସ୍କିମ୍ , ବହୁଳ ପରିମାଣର ବିଜ୍ଞାପନ ଓ ପ୍ରଚାର ପ୍ରସାର ବ୍ୟୟ, ପାଖାପାଖି ୧୫୦୦କୋଟି ଟଙ୍କାର ନିର୍ବାଚନୀ ଖର୍ଚ୍ଚ ସହ ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରାୟ ୭ ଥର ସର୍ଭେ କରାଇ ଦଳକୁ ସଂଖ୍ୟା ଗରିଷ୍ଠତା ମିଳୁଥିବା ନେଇ ଦମ୍ଭୋକ୍ତି ବାଢ଼ୁଥିବା ବିଜେଡି ବଡ଼ପଣ୍ଡାଙ୍କ ସବୁ ଅଙ୍କ ଫେଲ୍ ମାରିଛି । ଉଭୟ ବିଜେଡି ଓ ସରକାରରେ ଭିକେ ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି ଏବଂ ‘ପାଣ୍ଡିଆନଙ୍କ ନିଜସ୍ୱ ଅଫିସର ଟିମ୍’କୁ ହଜମ କରିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବେ ମହଙ୍ଗା ପଡ଼ିଛି । ପାଣ୍ଡିଆନଙ୍କୁ ହଜମ କରବାର ସାଇଡ୍ ଇଫେକ୍ଟ ଯୋଗୁ ନବୀନଙ୍କୁ ଏବେ ଗାଦିଚ୍ୟୁତ ହେବାକୁ ପଡ଼ିଛି । ଆଉ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡର ଅଧିକାରୀ ହେବାକୁ ଚାହିଁଥିବା ନବୀନ ଏବେ ନିରାଶ ହୋଇଛନ୍ତି ।
କାମ କଲାନି ନବୀନ ମ୍ୟାଜିକ : ସବୁ ଆକଳନ ଭୁଲ – ଫଳ ଅପ୍ରତ୍ୟାଶିତ !!!

