ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ମଧ୍ୟ ଦେଇ ବହି ଯାଉଥିବା ଶାଳିଆ ନଦୀ ରେ ବର୍ଷା ଦିନ ରେ ବନ୍ୟା ପାଣି ଆସିଲେ ସହର ତଳି ଅଞ୍ଚଳ ଜଳାର୍ଣ୍ଣବ ହୋଇ ବିଭୀଷିକା ସୃଷ୍ଟି କରେ । ପ୍ରାୟ ପ୍ରତ୍ୟେକ ବର୍ଷ ବନ୍ୟା ଜଳ ଶାଳିଆନଦୀ ର ପ୍ରବାହିତ ଜଳ ପତନ ଠାରୁ ନିମ୍ମରେ ଥିବା ବାଣପୁର ର ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇପୁର, କପିଳେଶ୍ବରପୁର, ମହାନ୍ତି ସାହି ସମେତ ଗୋଦାବରୀଶ ମହା ବିଦ୍ୟାଳୟ ଓ ଗୋଦାବରୀଶ ବିଦ୍ୟପୀଠ ପରିଷରରେ ଜଳ ପଶି ବହୁ କ୍ଷୟ କ୍ଷତି ଘଟାଇ ଥାଏ । ଏହି ବନ୍ୟା ଜଳ କୁ ରୋକିବା ପାଇଁ ଏକ ସୁରକ୍ଷା ବନ୍ଧ ଗୋଦାବରୀଶ ମହାବିଦ୍ୟାଳୟ ଠାରୁ ବିଷର ପାଟଣା ପର୍ଯ୍ୟନ୍ତ ହୋଇଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ବ ଶାଳିଆ ଜଳ ସେଚନ ବିଭାଗ ଉପରେ ନ୍ୟସ୍ତ ଅଛି । ଗତ କେତେ ମାସ ତଳେ ଅଚ୍ୟୁତ ରାଜ ପୁର ବେଣିଆ ପୋଖରୀ ନିକଟରେ ନଦୀ ପାର୍ଶ୍ବରେ ଏକ ଗାର୍ଡ ୱ୍ବାଲ ନିର୍ମାଣ କରିବା ପାଇଁ ଜଣେ ଠିକାଦାର କାମ ନେଇଥିଲେ।ନିର୍ମାଣ ସ୍ଥଳୀକୁ ଜିନିଷ ନେବା ଆଣିବା କରିବା ପାଇଁ ସେ ଉକ୍ତ ବନ୍ଧ ଟି କୁ କାଟି ରାସ୍ତା କଲାପରେ କାମ ଟିକୁ ଅସମ୍ପୂର୍ଣ ରଖି କରି କାଟି ଥିବା ବନ୍ଧ କୁ ମୁକୁଳା ରଖି ଚାଲି ଯାଇଛନ୍ତି । ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହେବା ପରେ ବନ୍ୟା ଜଳ ଉକ୍ତ କଟା ଯାଇଥିବା ବନ୍ଧ ଦେଇ କିମ୍ବା ସେହି ସ୍ଥାନ ରେ ଘାଇ ସୃଷ୍ଟି କରି ବନ୍ୟା ବିତ୍ପାତ ସୃଷ୍ଟି କରିବା ଆଶଙ୍କା ରେ ସଂପୃକ୍ତ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହେଉଛି । ଏ ସଂପର୍କରେ ଅଭିଯୋଗ ପାଇ ଶାଳିଆ ଜଳ ସେଚନ ବିଭାଗରେ ନୂତନ ଭାବେ ଯୋଗ ଦେଇଥିବା ଏସ ଡି ଓ ସୁରେନ୍ଦ୍ର କୁମାର ସାହୁ ଙ୍କୁ ଜଣାଇବାରେ ସେ ଘଟଣା ସ୍ଥଳ ପରିଦର୍ଶନ କରି ଯଥା ଶିଘ୍ର କଟା ବନ୍ଧ ପୋତା ଯିବା ସହ ନଦୀର ଯେଉଁ ସବୁ ଅଂଶ ପାଣିରେ ନଷ୍ଟ ହୋଇଛି ତାହାକୁ ପଥର ବାଡ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ତେବେ ନଦୀରେ ବର୍ଷା ପାଣି ଆସିବା ପୁର୍ବରୁ କଟା ବନ୍ଧ ପୋତିବା ପାଇଁ ସମସ୍ତ ଗ୍ରାମବାସୀ ଦାବୀ କରୁଛନ୍ତି ।

