ନାଚୁଣୀ ପୋଲିସ କୁ ବଡ଼ ସଫଳତା : କୁଖ୍ୟାତ ଡକାୟତ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବହୁ ଦିନ ଧରି ଫେରାର ଥିବା ମୋଷ୍ଟ ୱାଣ୍ଟେଡ ଡକାୟତ କୁ ଗିରଫ କରି ନାଚୁଣୀ ପୋଲିସ ଏକ ବଡ଼ ସଫଳତା ପାଇଛି । ଘଟଣା ରୁ ପ୍ରକାଶ ଯେ ନାଚୁଣୀ ଥାନା ଅନ୍ତର୍ଗତ କହେଁଇପୁର ଗ୍ରାମର ଫେରାର ଥିବା କୁଖ୍ୟାତ ଡକାୟତ ସଞ୍ଜୀବ ପାଇକରାୟ ( ବୁବୁ ) କୁ ନାଚୁଣୀ ଥାନାର ଏକ ଟିମ ଗିରଫ କରିଛି । ପୋଲିସ ସୂତ୍ର ରୁ ପ୍ରକାଶ ଯେ ସଞ୍ଜୀବ ପେସାରେ ଏକ ଦୁର୍ଦାନ୍ତ ଅପରାଧୀ ତା ନାମରେ ଜିଲ୍ଲା ର ବିଭିନ୍ନ ଥାନା ରେ ୨୦ ରୁ ଉର୍ଦ୍ଧ ସଂଗୀନ ମାମଲା ରହିଛି । ହତ୍ୟା, ଚୋରି, ଡକାୟତି, ରାହାଜାନି, ଲୁଟ ଆଦି ବିଭିନ୍ନ ସଙ୍ଗୀନ ଅପରାଧ ରେ ଲିପ୍ତ ରହି ବହୁ ବର୍ଷ ଧରି ପୋଲିସ କୁ ଚକମା ଦେଇ ସେ ତାର କାର୍ଯ୍ୟ କଳାପ ଜାରି ରଖି ଫେରାର ରହିଥିଲା । କୌଣସି ସୂତ୍ର ରୁ ସେ ଘରେ ଥିବା ର ଖବର ପାଇ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଙ୍କ ନିର୍ଦେଶ ରେ କନେଷ୍ଟବଳ ଅରୁଣ ପୁରୀଙ୍କ ତତ୍ୱାବଧାନ ରେ ଏକ ଟିମ କହେଁଇପୁର ଗ୍ରାମର ଚଢ଼ାଉ କରି ତାକୁ ଗିରଫ କରି କେସ ନମ୍ବର ୧୮୬/୨୪ ରେ ମାମଲା ରୁଜୁ କରି ବାଣପୁର ଜେଲକୁ ପଠାଇଛନ୍ତି ।।

Leave a Reply

Your email address will not be published. Required fields are marked *