ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଇଂରେଜ ଆଇନକୁ ବନ୍ଦ କରାଯାଇ ନୂତନ ଭାରତର ନୂତନ ଆଇନ ଜୁଲାଇ ୧ ତାରିଖରୁ ପାଳନ କରିବା ପାଇଁ ଭାରତୀୟ ସମ୍ବିଧାନ ଆଇନ ପ୍ରଣୟନ କରାଯାଇଥିବା ବେଳେ ବାଲୁଗାଁ ଥାନା ପକ୍ଷରୁ ବାଲୁଗାଁ ଅଞ୍ଚଳର କେତେକ ବୁଦ୍ଧିଜୀବୀଙ୍କୁ ନେଇ ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବାଲୁଗାଁ ଥାନାର ସେକେଣ୍ଡ ଅଫିସର ସୁନିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ , ଭାରତୀୟ ନାଗରିକ ସୁରକ୍ଷା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ସମ୍ପର୍କରେ ସୂଚନା ଦେଇଥିଲେ । ନୂତନ ଆଇନ ମାଧ୍ୟମରେ ରେଡ଼ର ଭିଡିଓଗ୍ରାଫି ହେବ , ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ନୂତନ ଆଇନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଇତଲାକୁ ଇ–ରେଜିଷ୍ଟର ,ତଲାସୀ ଓ ରେଡ଼ର ଭିଡିଓଗ୍ରାଫି କରାଯିବା ସହିତ ପ୍ରତ୍ୟେକ ଥାନା ପକ୍ଷରୁ ୩ ଦିନ ମଧ୍ୟରେ ଏଫଆଇଆର ଓ ୯୦ ଦିନ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଅଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ସୁକାନ୍ତ ବିଶ୍ୱାଳ , କାଉନସିଲର ବିପ୍ଳବ ସାହୁ , ଗଜେନ୍ଦ୍ର ମହାପାତ୍ର , ଆଦିକନ୍ଦ ପ୍ରଧାନ , ପ୍ରଶାନ୍ତ କୁମାର ପ୍ରଧାନ ,ଉମାକାନ୍ତ ବେହେରା ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ବାଲୁଗାଁ ଥାନାର ଏସ ଆଇ ଶ୍ରୀନିବାସ ସାମନ୍ତ ପରିଚାଳନା କରିଥିବାବେଳେ ଏସଆଇ ସୁକାନ୍ତ ପଟ୍ଟନାୟକ ସହଯୋଗ କରିଥିଲେ ।।
ବାଲୁଗାଁ ଥାନା ପକ୍ଷରୁ ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ !!!

