ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯେଉଁ ପ୍ରକୃତି ଓ ପରିବେଶକୁ ନେଇ ମଣିଷ ବଞ୍ଚିଛି,ବଢ଼ିଛି ଓ ତାହାର କୋଳରେ ଜୀବନଚର୍ଯ୍ୟାକୁ ଆଗକୁ ଆଗେଇ ନେବାରେ ସହାୟକ ହୋଇଛି ସେହି ପ୍ରକୃତିର ସୁରକ୍ଷା ଦେବା ସର୍ବାଦୌ ଆମର କର୍ତ୍ତବ୍ୟ। ବେଦ ପ୍ରମାଣ ଦେଲେ “ସା ମା ଶାନ୍ତିରେଧି” । ଅର୍ଥାତ୍ ସେ ସବୁକୁ ସୁରକ୍ଷିତ ରଖିଲେ ଆମେ ସୁରକ୍ଷିତ ରହିବା। ଏହି ମର୍ମରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ ଆନ୍ତର୍ଜାତିକ ସବୁଜ ସୁରକ୍ଷା ଅଭିଯାନ “ବନାନୀ” ପକ୍ଷରୁ ସମଗ୍ର ବିଶ୍ବର ବିଭିନ୍ନ ଦେଶରେ ପ୍ରକୃତି ଓ ପରିବେଶକୁ ସୁରକ୍ଷା ରଖିବା ନିମନ୍ତେ ପ୍ରକୃତିର ଉପାସନା, ପାହାଡ ପୂଜା, ନଦୀ ଆରାଧନା, ନକ୍ଷତ୍ରବନ ସୃଷ୍ଟି, ନଦୀ ବିମୁକ୍ତିକରଣ ସହ ବିଶ୍ୱ ତାପାୟନକୁ ରୋକିବା ପାଇଁ ଆଞ୍ଚଳିକ ସ୍ତରରେ ଗଛଟିଏ ଲଗାଇବା ଅଭିଯାନ ଚାଲୁ ରହିଛି। ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଶାଖା ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରେ ପରେ ଓଡ଼ିଶା ସମେତ ବିଭିନ୍ନ ଦେଶରେ ଥିବା ବନାନୀର ସବୁଜ ଯୋଦ୍ଧା ମାନେ ଏହାକୁ ଆଞ୍ଚଳିକ ସ୍ତରରେ ଉଦ୍ଘାଟନ କରିବା ସହ କାର୍ଯ୍ୟକ୍ରମକୁ ଆଗକୁ ଆଗେଇନେବା ନିମନ୍ତେ ଶପଥ ଗ୍ରହଣ କରିଥିଲେ। ଆଫ୍ରିକାରେ ମହାଦେଶ, ବାଂଲାଦେଶ ସମେତ ବିଭିନ୍ନ ଦେଶ ଏଥିରେ ଭାଗ ନେଉଥିବାର ଦେଖିବାକୁ ମିଳିଛି।ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ ସଂଯୋଜିକା ଶ୍ରୀମତୀ ସୁକାନ୍ତି ସିଙ୍କ ନେତୃତ୍ବରେ ମୋହନ୍ ପୁର ଠାରେ ଲୋକଟିଏକୁ ଗଛଟିଏ ସମ୍ପର୍କରେ ଆଲୋଚନା ଚକ୍ରରେ ଆଲୋଚକ ଭାବରେ ଅନନ୍ତ ଚରଣ ଟୁନ୍, ଯୋଗେଶ୍ୱର ଟୁନ୍,ବୁଦ୍ଧେଶ୍ୱର ଧୁଙ୍ଗିଆ, ଦୁର୍ଗା ଚରଣ ଢୁଙ୍ଗିଆ,ଗୁରୁ ଚରଣ ଧୂଙ୍ଗିଆ, ବାବୁଲୁ ସି ଆଦି ଯୋଗଦାନ କରିଥିଲେ।ସେହିପରି ସୁକାନ୍ତି ସିଙ୍କ ନେତୃତ୍ବରେ ବଡମୁଣ୍ଡାବଣୀ ଗ୍ରାମରେ ଗିରିଶ ଚନ୍ଦ୍ର ସି, ନୀଳମଣି ବେଜ୍,ହରିଶ୍ଚନ୍ଦ୍ର ସି, ସଂଜିତ୍ କୁମାର୍ ସି,ଗୟା ପ୍ରସାଦ ସି, ବଡ ଟୁଙ୍ଗାଧୁଆ ଗ୍ରାମରେ ସଂଯୁକ୍ତା ନାଏକ, ସୁଭାଷିନୀ ଦଳନାଏକ, ସରୋଜିନୀ ନାଏକ, ପ୍ରମୋଲତା ଦଳନାଏକ ଆଦି ବୃକ୍ଷ ରୋପଣ କରିଥିଲେ।ସମଗ୍ର ପୃଥିବୀର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ , ବିଶ୍ୱବିଦ୍ୟାଳୟ, ଅନୁଷ୍ଠାନ ତଥା ଗ୍ରାମ ମାନଙ୍କରେ ଆଲୋଚନା ଚକ୍ର, ସଚେତନତା ସୃଷ୍ଟି ସହ ବୃକ୍ଷ ରୋପଣ ଓ ପ୍ରକୃତି ଉପାସନା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶ ସୂଚନା ଦେଇଛନ୍ତି।
ଚିନ୍ମୟ ଫାଉଣ୍ଡେସନର ବନାନୀ କାର୍ଯ୍ୟକ୍ରମ ଜରିଆରେ ଚାଲିଛି ପ୍ରକୃତିର ଉପାସନା !!!

