ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ-ନିର୍ଦ୍ଦେଶିକା ଶ୍ରୀମତି କଲ୍ୟାଣୀ ଦାସ ବରଗଡ଼ ଜିଲ୍ଲା ପଦ୍ମପୁର ଗସ୍ତରେ ଆସି ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିବା ସହ କାର୍ଯ୍ୟାଳୟରେ ଥିବା ସମସ୍ତ କାର୍ଯ୍ୟ ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ ! କର୍ମଚାରୀ ମାନଙ୍କ ସହ ଆଲୋଚନା କରି ଆଗାମୀ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଉପନିର୍ଦ୍ଦେଶକ ଶ୍ରୀମତି ଦାସ , ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁଙ୍କ ସହିତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରି ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବା ଅବଗତ ହୋଇ ଖୁସି ବ୍ୟକ୍ତ କରିଛନ୍ତି । କିଭଳି ଆହୁରି ଉନ୍ନତ ପ୍ରଣାଳୀରେ କାର୍ଯ୍ୟ କରିବା ସହ ପାଠାଗାରକୁ ଲୋକାଭୀମୁଖି କରିବା ପାଇଁ ପରାମର୍ଶ ଦେଇଥିଲେ । ନିରୀକ୍ଷଣ କାର୍ଯ୍ୟ ସମୟରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁଙ୍କ ଏବଂ କର୍ମକର୍ତ୍ତା ଶ୍ରୀ ରାୟିସିଂ ମାଝି ଉପସ୍ଥିତ ଥିଲେ !
ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ-ନିର୍ଦ୍ଦେଶିକା ଶ୍ରୀମତି କଲ୍ୟାଣୀ ଦାସଙ୍କ ପଦ୍ମପୁର ଗସ୍ତ !!!

