ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଓ ଏନସିସି ପଦକ ରାଙ୍କ ସମାରୋହ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ଦିବସରେ ବାଲୁଗାଁ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏନସିସି ପଦକ ସମାରୋହ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ଦିଗଦର୍ଶନରେ ଆୟୋଜିତ ହୋଇଯାଇଛି l ପ୍ରାରମ୍ଭରେ କ୍ୟାଡେଟମାନଙ୍କ ଗହଣରେ ଅତିଥିମାନେ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ l ଏହାପରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଏନସିସିର ରା୍ଙ୍କ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା l ସମାରୋହରେ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର ଓ ବିଦ୍ୟାଧର ଜୁଝାରସିଂହ ଏନସିସି କ୍ୟାଡେଟ ମାନଙ୍କୁ ଉଦବୋଧନ ଦେବାପରେ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ କ୍ୟାଡେଟ ମାନେ ଏକତା ଓ ଅନୁଶାସନ ମାଧ୍ୟମରେ ରାଷ୍ଟ୍ର ଗଠନ, ରାଷ୍ଟ୍ର ସୁରକ୍ଷା ଓ ରାଷ୍ଟ୍ର ପ୍ରଗତି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଏନସିସି କ୍ୟାଡେଟ ଆଶୁତୋଷ ସାହୁ -ସିନିଅର ଅଣ୍ଡର ଅଫିସର, ଶିବରାମ ବେହେରା- ଜୁନିଅର ଅଣ୍ଡର ଅଫିସର (୧),ମୋନାଲିସା ସାହୁ -ଜୁନିଅର ଅଣ୍ଡର ଅଫିସର (୨), ଧରିତ୍ରୀ ବିଶୋଇ -କ୍ୱାର୍ଟର ମାଷ୍ଟର, ପ୍ରଦୀପ କୁମାର ପ୍ରଧାନ -ସର୍ଜେଣ୍ଟ, ଚିନ୍ମୟ ଜାଲି- କର୍ପୋରେଲ, ଓ କ୍ରିଷ୍ଣା ଅନନ୍ୟା ନାୟକ -ଲାନ୍ସ କର୍ପୋରେଲ ରାଙ୍କ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଙ୍କ ଠାରୁ ଗ୍ରହଣ କରିଥିଲେ l ଏହାପରେ ଭାରପ୍ରାପ୍ତ ଏନସିସି ଅଧିକାରୀ ଅଧ୍ୟାପକ ଚନ୍ଦନ ନାୟକ ଏନସିସି ସଂକଳ୍ପ ପାଠ କରିବା ପରେ ସମସ୍ତ କ୍ୟାଡେଟ ଏନସିସି ଓ ରାଷ୍ଟ୍ର ପାଇଁ ସଂକଳ୍ପ କରିଥିଲେ l କ୍ୟାଡେଟ ମାନେ ଜାତୀୟ ସଂଗୀତ ଓ ଏନସିସି ସଂଗୀତ ଗାନ କରିବା ପରେ ପ୍ୟାରେଡ କରିଥିଲେ l

Leave a Reply

Your email address will not be published. Required fields are marked *