ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅସରାଏ ବର୍ଷା ରେ ବେହାଲ ହେଉଛି ବାଙ୍କୀ ସହର , ସେପଟେ ବର୍ଷା ଜଳ ଓ ଡ୍ରେନ ର ମଇଳା ପାଣି ର ସ୍ଥାୟୀ ନିଷ୍କାସନ ପାଇଁ ସାଧାରଣ ରେ ବଢୁଛି ଦାବି ! ଲଘୁଚାପ ର ପ୍ରଭାବ ରେ ଏବେ ଅସରାଏ ବର୍ଷା ରେ ବେହାଲ ବାଙ୍କୀ ସହର ! ରାସ୍ତା ଘାଟ ରେ ଆଣ୍ଠିଏ ବହଳ ର ପାଣି ଜମାଟ ଯୋଗୁ ନାହିଁ ନ ଥିବାର କଷ୍ଟ ଭୋଗୁଛନ୍ତି ଲୋକେ ! ବିଶେଷ କରି ବାଙ୍କୀ ସହର କୁ ସଂଯୋଗ ରହିଥିବା ଆଦିମାତା ଛକ ନିକଟ ଗଣେଶ ବଜାର ଠାରୁ ଆରମ୍ଭ କରି ମା ବ୍ରହ୍ମ୍ଢେଇ ପୀଠ ଛକ ଓ କଚେରୀ ଛକ ଭଳି ଅତି ସମ୍ବେଦିନଶୀଳ ମୁଖ୍ୟ ରାସ୍ତା ଗୁଡିକ ରେ ବର୍ଷା ଜଳ ଜମାଟ ଯୋଗୁ ବେହାଲ ହେଉଛି ଜନଜୀବନ ! ଏହାର ମୁଖ୍ୟ କାରଣ ରହିଛି ସହରାଞ୍ଚଳ ର ନିଷ୍କାସନ ମୁହାଣ ଗୁଡିକକୁ ଆରରୋଧ କରି ନିର୍ମାଣ କରାଯାଇଛି ବଡ଼ ବଡ଼ ଅଟାଳିକା ! ଡ୍ରେନେଜ ର ବ୍ୟବସ୍ଥା ଅତି ସଂକଟାପନ୍ନ , ଯେଉଁଥିପାଇଁ ସହରାଞ୍ଚଳ ର ବର୍ଷା ଜଳ ଓ ମଇଳା ପାଳି ବାହାର କୁ ନିଷ୍କସନ ନ ହେବା ଦ୍ୱାରା ଉପୁଜୁଛି ଏହି ଭଳି ସମସ୍ୟା ! ତୁରନ୍ତ ଏ ଦିଗରେ ବର୍ଷା ଦିନକୁ ଦୃଷ୍ଟି ରେ ରଖି ଠୋସ ପଦକ୍ଷେପ ପ୍ରଶାସନିକ ସ୍ତରରେ ନିଷ୍ପତି ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି !
ଅସରାଏ ବର୍ଷା ରେ ବେହାଲ ହେଉଛି ବାଙ୍କୀ ସହର !!!

