ରଥଯାତ୍ରାରେ ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଲେ ଶ୍ରଦ୍ଧାଳୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ରଥଯାତ୍ରାରେ ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଲେ ଶ୍ରଦ୍ଧାଳୁ ! ରଥ ପର ଠାରୁ ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ । ଠାକୁରଙ୍କ ବିଭିନ୍ନ ଅବତାର ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଠାକୁରଙ୍କର ଦଶ ଅବତାର ଦେଖିବା ପାଇଁ ପ୍ରତ୍ୟେକ ଦିନ ଭକ୍ତଙ୍କ ସମାଗମ ହୋଉଥିଲା । ଶ୍ରୀଜୀଉଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ମୀନା ବଜାର , ମୌତ କା କୁଆଁ , ରାମ ଦୋଳି ଓ ବିଭିନ୍ନ ପ୍ରକାର ଘରେଇ ସାମଗ୍ରୀ କିଣିବା ସହ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ବିଭିନ୍ନ ଅନୁଷ୍ଠାନର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଶ୍ରଦ୍ଧାଳୁ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ତତ୍ୱାବୋଧାନରେ , ସ୍ୱର୍ଣ୍ଣଲତା ପାତ୍ରଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦର କଳାକାର ମାନେ ଭଜନ , ସମ୍ବଲପୁରୀ ଭଜନ ନୃତ୍ୟ ପରିବେଷଣ କରିଥିବା ବେଳେ ଚାରୁ ନର୍ତ୍ତନ ଅନୁଷ୍ଠାନର କଳାକାର ମାନେ ଓଡିଶୀ ଓ ଭଜନ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସ୍ନେହା ବେହେରା ଓ ରାଜେଶ୍ୱରୀ ସ୍ୱାଇଁ ସଂଯୋଜନା କରିଥିଲେ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ଏହି ଭଳି ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି। ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ମୁତୟନ ଥିଲେ ।

Leave a Reply

Your email address will not be published. Required fields are marked *