ଥମୁନି ଦାଦନ ଯନ୍ତ୍ରଣା : ଭିଟା ମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମର ଶରୀର !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବଡ଼ପଦର ଗ୍ରାମର କାଳୁ ଚରଣ ପଲେଇ (୩୮) ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟିବାକୁ ସୁଦୂର ଚେନ୍ନାଇ ଯାଇଥିଲେ l ସେଠାରେ ଏକ କମ୍ପାନୀ ରେ ରହି କାମ କରି ଯାହା ରୋଜଗାର କରୁଥଲେ ତାହା ଘରକୁ ପଠାଉଥିଲେ l କାଳୁ ଚରଣ ଙ୍କ ରୋଜଗାର ରେ ତାଙ୍କ ପରିବାର ବିଧବା ମା’, ସ୍ତ୍ରୀ ଏବଂ ୩ ବର୍ଷ ର ଝିଅ ଦୁଃଖେ କଷ୍ଟେ ଚଳୁଥିଲେ l ସୂଚନା ଅନୁଯାୟୀ ଚଳିତ ୧୬ ତାରିଖ ରେ ଚେନ୍ନାଇ ରେ ଏକ ଆକସ୍ମିକ ଭାବେ ଦୁର୍ଘଟଣା ର ଶିକାର ହୋଇ କାଳୁ ଚରଣ ମୃତ୍ୟୁ ବରଣ କରିଥିଲେ l ଏହି ପରିପ୍ରେକ୍ଷୀରେ କମ୍ପାନୀ କର୍ତ୍ତୃପକ୍ଷ ଚେନ୍ନାଇ ରୁ କାଳୁ ଚରଣ ଙ୍କ ମର ଶରୀର କୁ ତାଙ୍କ ଜନ୍ମ ମାଟିକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ l ତେବେ ଚେନ୍ନାଇ ରୁ ମର ଶରୀର ନିଜର ଜନ୍ମ ମାଟି ବଡପଦର ଗ୍ରାମରେ ଆସି ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା l ରୋଜଗାର କରି ଘର ଚଳାଉଥିବା କାଳୁ ଚରଣ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡି ଯାଇଥିବା ଦେଖିବାକୁ ମିଳିଛି l ତେବେ ଅସହାୟ ପରିବାର କିପରି ଚଳିବ ସେଥିପାଇଁ ସରକାରଙ୍କ ଙ୍କ ପକ୍ଷରୁ କିଛି ସହାୟତା ମିଳିବା ପାଇଁ ଗ୍ରାମବାସୀ ଏବଂ ସମ୍ପର୍କୀୟ ମାନେ ଗଣ ମାଧ୍ୟମ ଦ୍ଵାରା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।।

Leave a Reply

Your email address will not be published. Required fields are marked *