ବିଜେପି ସରକାର ରାଜ୍ୟପାଳଙ୍କ ପୁଅକୁ ସୁରକ୍ଷା ଦେଉଛି – ଆପ ଓଡିଶା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବିଜେପି ସରକାର ରାଜ୍ୟପାଳଙ୍କ ପୁଅକୁ ସୁରକ୍ଷା ଦେବା ପରିବର୍ତ୍ତେ, ଆଇନ ଅନୁଯାୟୀ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ର ଦାବି l ଓଡ଼ିଶାର ରାଜ୍ୟପାଳଙ୍କ ପୁଅ ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କଲେ l ନିଜର ମିତ୍ର ମାନଙ୍କ ସହିତ ରାତିରେ ତାଙ୍କୁ ଅମାନବୀୟ ଭାବରେ ବିଧା, ଗୋଇଠା ମାରିଲେ l ଏପରିକି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଲେ l ଏ ସମ୍ପର୍କରେ ଉକ୍ତ ସରକାରୀ କର୍ମଚାରୀ ଲିଖିତ ଭାବରେ ଅଭିଯୋଗ କଲେ ମଧ୍ୟ ବିଜେପି ସରକାର ଚାପରେ ପୋଲିସ ନିରବ l ରାଜ୍ୟପାଳଙ୍କ ପୁଅ ଗୋଟିଏ ସଂଗୀନ ଅପରାଧ କରିଥିଲେ ମଧ୍ୟ ବିଜେପି ସରକାର ପ୍ରାୟ ୧୫ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବା ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାର ଚକ୍ରାନ୍ତ ଅଟେ l ଏହି ପରିସ୍ଥିତିରେ ବିରୋଧୀ ଦଳ ମାନେ ବିଧାନ ସଭାରେ କକ୍ଷ ତ୍ୟାଗ କରିବା ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ଏକ ଉଚିତ ପଦକ୍ଷେପ l ଆପ୍ ଓଡିଶା ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ ତୁରନ୍ତ କଠୋର ପଦକ୍ଷେପ ଦାବି କରିବା ସହିତ ଯେଉଁ ପୋଲିସ ଅଧିକାରୀ ମାନେ ବିଳମ୍ଭ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି l

Leave a Reply

Your email address will not be published. Required fields are marked *