ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କୁ ବୁଧବାର ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକଙ୍କ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଶିକ୍ଷକ ସଙ୍ଘ ଓ ଅଣ ଶିକ୍ଷକ ସଙ୍ଘ ପକ୍ଷରୁ ତାଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା l ପ୍ରାରମ୍ଭରେ ଯୁକ୍ତଦୁଇ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ, ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଗ୍ରନ୍ଥଗାରିକା ରେଣୁବାଳା ଦାସ ନିଜ ବକ୍ତବ୍ୟରେ କହିଥିଲେ ଯେ ଡକ୍ଟର କଳ୍ପନା ଦାଶ ମହାବିଦ୍ୟାଳୟର ସବୁଠୁଁ ପ୍ରିୟ ଅଧ୍ୟାପିକା l ଦୀର୍ଘ ଛତିଶ ବର୍ଷର ଅଧ୍ୟାପନା ସମୟରେ ସେ ନିଜର ସ୍ୱଭାବ ସୁଲଭ ଆଚରଣ, ଉଚ୍ଚାରଣ, ଶୈକ୍ଷିକ ପ୍ରତିବଦ୍ଧତା, ମାତୃସୁଲଭ ଗୁଣ, ମିଷ୍ଟଭାଷୀ ସ୍ଵଭାଵ , ସରଳତା ଓ ସେବା ପରାୟଣତା ଆଦି ବ୍ୟକ୍ତିତ୍ୱ ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି l ମଞ୍ଚାସୀନ ଅତିଥି ଭାବେ ଅଧ୍ୟାପକ ସୁବାସ ଶ୍ରୀଚନ୍ଦନ, ଶିକ୍ଷକ ସଙ୍ଘ ସଭାପତି ଡକ୍ଟର ମୋନାଲିସା ମାନସିଂହ, ସମ୍ପାଦକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂ,ମୁଖ୍ୟ କିରାଣୀ ସୁଧାକର ନାୟକ ତାଙ୍କ ବକ୍ତବ୍ୟରେ ଡକ୍ଟର ଦାଶ ଅଧ୍ୟକ୍ଷା ଭାବେ ଯେଉଁ ନିଷ୍ଠା ଓ ସ୍ୱଚ୍ଛତାର ସହ କାର୍ଯ୍ୟ କରିଛନ୍ତି ତାହା ସମସ୍ତଙ୍କ ପାଇଁ ବିରଳ ଦୃଷ୍ଟାନ୍ତ l ସୂଚନା ଯୋଗ୍ୟ ଯେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ନିଜ କାର୍ଯ୍ୟକାଳ ଅବଧି ସମୟରେ ଜଣେ ଦକ୍ଷ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ, ଆଦର୍ଶ ଅଧ୍ୟାପିକା, ପ୍ରଶାସିକା, ସଂଗଠିକା ତଥା ଦୂରଦୃଷ୍ଟି ସମ୍ପନ୍ନ ଶିକ୍ଷୟିତ୍ରୀ ଭାବେ ଶିକ୍ଷାନୁଷ୍ଠାନ ପାଇଁ ଅନେକ ଗୌରବ ଆଣିଛନ୍ତି l ଏହି ଅବସରରେ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ସୁବ୍ରତ ତ୍ରିପାଠୀ, ପତିତପାବନ ପଣ୍ଡା, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ପ୍ରବୀଣ ଜେନା,ଡକ୍ଟର ସନ୍ତୋଷ ରଥ, ସୁନିତା ନନ୍ଦ, ଅମ୍ରିତା ନନ୍ଦ, କ୍ରିଷ୍ଣା ସେଠି, ଶୁଭଦର୍ଶିନୀ ବିଶ୍ୱାଳ, ଝରଣା ନାଥ, ଶିବ ରାମ ସିଂ, ସ୍ୱାତୀ ସ୍ଵାଗତିକା ସାହୁ, ରୀନା ରାଉତ, ରୋଜାଲିନ ମିଶ୍ର, ମନସ୍ବିନୀ ପଟ୍ଟନାୟକ ପ୍ରମୁଖ ଡକ୍ଟର ଦାଶଙ୍କ ସହ ବିତିଥିବା ସ୍ମରଣୀୟ ମୁହୂର୍ତ୍ତର ଅବତାରଣା କରିଥିଲେ l ଏହାପରେ କର୍ମଚାରୀମାନେ ଅଧ୍ୟକ୍ଷା ଦାଶଙ୍କୁ ସନନ୍ଦ ପତ୍ର ସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଅଧ୍ୟାପଜ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଧୋବୀ ଚରଣ ପରିଡା l

Leave a Reply

Your email address will not be published. Required fields are marked *