ବାଲୁଗାଁ କିମ୍ଭିରୀପଡା ଗ୍ରାମ ନିକଟ କଂସାରୀ ନଈରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ଅଜଣା ମହିଳାଙ୍କ ମୃତଦେହ କଂସାରି ନଈରେ ଭାସି ଆସିଥିବା ବେଳେ , ବାଲୁଗାଁ ଥାନା ଅନ୍ତର୍ଗତ କୁମ୍ଭୀରପଡା ସ୍ଥିତ ନଈ କୂଳରୁ ପୁଲିସ ଉଦ୍ଧାର କରିଛି ! ବାଲୁଗାଁ ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରୁଛନ୍ତି । ଘଟଣାରୁ ପ୍ରକାଶ ବାଲୁଗାଁ ଥାନାର ଉତ୍ତର ଦିଗରେ ଥିବା କୁମ୍ଭୀରପଡା ଗ୍ରାମ ସ୍ଥିତ କଂସାରୀ ନଈରେ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଭାସି ଆସି କୂଳରେ ଲାଗିଥିଲା । ମହିଳାଙ୍କ ଆନୁମାନିକ ୩୫ ବର୍ଷ ହୋଇଥିଲା ବେଳେ ମୁହଁ ସମ୍ପୂର୍ଣ୍ଣ ବିକୃତ ହୋଇଯାଇଛି । ପ୍ରାୟ ୫ ଦିନ ହେବ ବାଣପୁର ଅଞ୍ଚଳରୁ ଗାଧୋଇବା ସମୟରେ ଏହି ନଈରେ ଭାସି ଆସି କୁମ୍ଭୀରପଡା କଂସାରୀ ନଈର କୂଳରେ ଲାଗିଥିଲା । ତେବେ ମହିଳା ଜଣଙ୍କ ନୀଳ ରଙ୍ଗର ଲୁଗା ପିନ୍ଧିଥିବା ବେଳେ କୌଣସି ପରିଚୟ ମିଳି ପାରିନାହିଁ । ଅନ୍ୟ ପକ୍ଷରେ କିଏ ମାରିଦେଇ ନଈରେ ଭସାଇ ଦେଇଥିବା ପୁଲିସ ସନ୍ଦେହ କରୁଥିବା ବେଳେ ଶବକୁ ଜବତ କରି ଅପମୃତ୍ୟୁ ମାମଲା ୧୨/୨୪ରେ କେଶ ରୁଜୁକରି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛନ୍ତି । ଉକ୍ତ ମହିଳା ନିଖୋଜ ସମ୍ପର୍କରେ ବାଲୁଗାଁ କିମ୍ବା ବାଣପୁର ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା ବେଳେ ଘଟଣାକୁ ନେଇ ବିଭିନ୍ନ ମତ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *