ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ରେ ଆଳୁ ସଙ୍କଟ ଦେଖା ଦେଇଥିବା ବେଳେ ତାର ପ୍ରଭାବ ବାଣପୁର ରେ ଅନୁଭୂତ ହେଉଛି । ଫଳରେ ଆଳୁ ଦର ବଢ଼ିବାରେ ଲାଗିଛି । ବାହାର ରାଜ୍ୟରୁ ଆଳୁ ମଧ୍ୟ ଆସି ପାରୁ ନଥିବାରୁ ବାଣପୁର ରେ ପରିବା ଗୋଦାମ ଆଳୁ ଶୂନ୍ୟ ହୋଇଯାଇଛି । ଗୁରୁବାର ଆଳୁ ଦର ଖୁଚୁରା ବଜାର ରେ ୫୫ ପାର କରିଛି । ସରକାର ଆଳୁ ଦର ୩୦ ରୁ ୩୫ ଟଙ୍କା ରେ ବିକିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ପରିବା ବ୍ୟବସାୟୀ ମାନେ ଏହାକୁ ଉଲଂଘନ କରି ଉଚ୍ଚା ଦରରେ ବିକ୍ରି କରି ମୁନଫା କମାଉଛନ୍ତି । ଏ ସମ୍ପର୍କ ରେ ସେମାନଙ୍କୁ ପ୍ରଶ୍ନ କଲେ ଉତ୍ତର ମିଳୁଛି ଆମେ କିଣା କୁ ଦେଖି ବିକିବୁ । ଚାହିଦା ଅନୁସାରେ ଆମେ ମାତ୍ର ୪୦ ପ୍ରତିଶତ ଆଳୁ ପାଉଛୁ ତାହା ପୁଣି ଚଢ଼ା ଦରରେ । ପରିବା ଗୋଦାମ ରେ ଆଳୁ ବସ୍ତା ପ୍ରାୟ ଶୂନ ବରାବର ରହିଛି । ଆଳୁ ର ଏହି ଦର ବୃଦ୍ଧି ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି । ଉଚ୍ଚ ଦର କୁ ଦେଖି ଖାଉଟି ମାନେ ସେମାନଙ୍କ ଚାହିଦା ର ପ୍ରାୟ ଅଧା ରୁ କମ କିଣୁଥିବା ଦେଖା ଯାଉଛି । ଯୋଗାଣ ବିଭାଗ ଆଳୁ ର ମହଜୁଦ ପରିମାଣ ଯାଞ୍ଚ କରିବା ସଙ୍ଗେ ସଙ୍ଗେ ଆଳୁ ଦର ତାଲିକା ପ୍ରତ୍ୟେକ ପରିବା ଦୋକାନ ରେ ଲଗାଇବା ପାଇଁ ନିର୍ଦେଶ ଦେବା ଏବଂ ଆଳୁ କଳା ବଜ଼ାର କୁ ରୋକିବା ପାଇଁ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।।
ବାଣପୁର ରେ ଆଳୁ ସଙ୍କଟ : କିଲୋ ୫୫ ପାର !!!

