ବିଜୁ ଜନତା ଦଳ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ସମସ୍ତ ବର୍ଗର ଭତ୍ତାଧାରୀ ଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଓ ଅହେତୁକ ଦରଦାମ କୁ କମାଇବା ଦାବିରେ ଆଡିଆ ମହାଦେବ ଠାରେ ବିଜୁ ଜନତା ଦଳ ବଡ଼ମ୍ବା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ! କଟକ ବଡ଼ମ୍ବା ବ୍ଳକ ଆଡିଆ ମହାଦେବ ପରିଶର ରେ ସମସ୍ତ ବର୍ଗର ଭତ୍ତା ଧାରୀ ଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଓ ଅହେତୁକ ଦରଦାମ କୁ କମାଇବା ଦାବିରେ ବିଜୁ ଜନତା ଦଳ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଜେଡି ର ପୂର୍ବତନ ବିଧାୟକ , ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ତାଙ୍କ ସହ ବଡ଼ମ୍ବା ବ୍ଳକ ଅଧ୍ୟକ୍ଷ ରଘୁପତି ମହାନ୍ତି, ବଡମ୍ବା ବ୍ଳକ ସଭାପତି ରବୀନ୍ଦ୍ର କୁମାର ସାହୁ, ସରପଞ୍ଚ ସଦାନନ୍ଦ ସ୍ୱାଇଁ, ସରପଞ୍ଚ ସନ୍ତୋଷ କୁମାର ମିଶ୍ର, ଅଶୋକ ଜଗଦେବ ଙ୍କ ସମେତ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଓ ବିଜେଡିର ଆଗ ଧାଡି ର ନେତୃତ୍ୱ ଯୋଗ ଦେଇଥିଲେ । ତେବେ ବଡମ୍ବା ରେ ସ୍ୱାଧୀନ ବିଧାୟକ ଜିତିବା ପରେ ନବନିର୍ବାଚିତ ବିଧାୟକ ଙ୍କୁ ସିଧା ତୀର ମାରିଛନ୍ତି ଦେବୀପ୍ରସାଦ ମିଶ୍ର । ସ୍ୱାଧୀନ ବିଧାୟକ ଜିତିବା ପରେ ବିଜେପି ଦଳରେ ମିଶିବା ପରେ ୧୫ ଦିନରେ ପାନୀୟ ଜଳ ଯୋଗାଇବା କହି ଆଜି ପର୍ଯ୍ୟନ୍ତ କଣ ପାଇଁ ଦେଇ ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ବଡମ୍ବା ଜନସାଧାରଣ ଙ୍କ ସହ ବିଜେପି ସରକାର ଯେଉଁ ଖେଳ ଖେଳିବାକୁ ଯାଉଛି ତାକୁ ତୀବ୍ର ବିରୋଧ କରାଯିବ ବୋଲି ବିଯୁ ଜନତା ଦଳ ସଭାପତି ରବୀନ୍ଦ୍ର କୁମାର ସାହୁ କଡା ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *