ଶିକ୍ଷାଦାନ କ୍ଷେତ୍ରରେ ଏକ ଗୌରବାନ୍ୱିତ ପ୍ରତିଭା ସାଦତ ଅଲ୍ଲୀ ଖାଁ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଶିକ୍ଷାଦାନ କ୍ଷେତ୍ରରେ ଏକ ଗୌରବାନ୍ୱିତ ପ୍ରତିଭା ସାଦତ ଅଲ୍ଲୀ ଖାଁ । ଶିକ୍ଷାଦାନରେ ତାଙ୍କ ଭୂମିକା ଯେତିକି ଅତୁଳନୀୟ, ଗୁରୁ ପରମ୍ପରାର ଗୋୖରବରେ ସେତିକି ଗୌରବାନ୍ୱିତ ମଧ୍ୟ । ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଜ ଜୀବନର ବହୁମୂଲ୍ୟ 35 ବର୍ଷ ସମୟ ସେ ଉତ୍ସଗିକୃତ କରିଛନ୍ତି ଦେଶର ଭବିଷ୍ୟତ ଗଠନରେ । ଅଗଷ୍ଟ 4 ତାରିଖ 1964 ମସିହାରେ କଟକ ଜିଲ୍ଲାର ନମାଜପଡିଆ ଠାରେ ସାଦତ ଅଲ୍ଲୀ ଖାଁ ଜନ୍ମଗ୍ରହଣ କରଥିଲେ । ସାଦତ ଙ୍କ ବାପାଙ୍କ ନାମ ଥିଲା ଅଜମଲ ଅଲ୍ଲୀ ଖାଁ ଓ ମା ଙ୍କ ନାମ ତାରୁନ ନିଶା ବବି। ପିଲା ବେଳୁ ସାଦତଙ୍କ ଶିକ୍ଷା ପ୍ରତି ବିଶେଷ ରୁଚି ରହିଥିଲା । ବାଙ୍କୀ ଡମପଡା ବ୍ଲକ ସତ୍ୟବିହାର ପ୍ରାଥମିକ ବିଦ୍ୟାଳୟ ରୁ ସେ ନିଜର ଶିକ୍ଷାଦାନ ଜୀବନ ଆରମ୍ଭ କରିଥିଲେ । ଦୀର୍ଘ 35 ବର୍ଷ ଶିକ୍ଷାଦାନ ପରେ ଗତ ଶନିବାର ସାଦତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଶିକ୍ଷାଧିକାରୀ ସନ୍ତୋଷ କୁମାର ରାଉତ, ସୁଷମା ବେହେରା, ପ୍ରଭାତ ପାଣିଗ୍ରାହୀ, ବସନ୍ତ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଶିକ୍ଷାଦାନ ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସାଦତଙ୍କ ଭୂମିକା ସଦାସର୍ବଦା ଅତୁଳନୀୟ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ !

Leave a Reply

Your email address will not be published. Required fields are marked *