ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ଗଜପତି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଗଜପତି ଜିଲ୍ଲା ର ପ୍ରଥମ ଭର୍ଚୁଆଲ କର୍ମଶାଳା ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବରେ ସଙ୍ଗଠନର ରାଜ୍ୟ ସଭାପତି ବିପିନ ବିହାରୀ ଦାସ ଯୋଗଦେଇ ମାର୍ଗ ଦର୍ଶନ କରିଥିଲେ । କାର୍ଯ୍ୟକର୍ତ୍ତା ମାନେ ସ୍ୱାର୍ଥ ପଛରେ ନ ପଡି ଦେଶ ମାତୃକାର ସେବା କରିବା ଓ ଆଗାମୀ ଦିନରେ ସନାତନ ଧର୍ମ ପ୍ରତି ମାଡି ଆସୁଥିବା ସଙ୍କଟ କୁ ଦୂର କରିବା ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଓ ବ୍ଳକରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର କମିଟି ଗଠନ ଓ ଜିଲ୍ଲା ମୁଖ୍ୟାଳୟରେ ସେମିନାର ଆୟୋଜନ କରି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଉପୁଜିଥିବା ସମସ୍ୟାକୁ ଉପସ୍ଥାପନ କରିବାକୁ ଶ୍ରୀ ଦାସ ଉପସ୍ଥିତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଥିବା ସବୁ କାର୍ଯ୍ୟକର୍ତ୍ତା ପ୍ରତ୍ୟେକ ଦୁଇଟି ଲେଖାଏଁ ବୃକ୍ଷ ରୋପଣ କରି ଆଦର୍ଶ ସୃଷ୍ଟି କରିବାକୁ ଶ୍ରୀ ଦାସ ଆହ୍ଵାନ ଦେଇଥିଲେ । ବୈଠକକୁ ସଙ୍ଗଠନ ର ଜିଲ୍ଲା ସାଧାରଣ ସମ୍ପାଦକ ଅମିତାଭ ଗନ୍ତାୟତ ସଂଚାଳନ କରିଥିବା ବେଳେ ରାଜ୍ୟ ସଙ୍ଗଠନ ମହମନ୍ତ୍ରୀ ମିହିର ପାଣି, ରାଜ୍ୟ ସମ୍ପାଦିକା ମଞ୍ଜୁଲତା ମଲ୍ଲିକ , ସୋସିଆଲ ମିଡ଼ିଆ ପ୍ରମୁଖ ଦିଲୀପ କୁମାର ସାହୁ ଏବଂ ଅଞ୍ଜଳି ନାୟକ , ଗଜପତି ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ଦାସ ସଙ୍ଗଠନ କୁ ଆଗକୁ ନେବା ପାଇଁ ଆହ୍ଵାନ ଦେଇ ନିଜର ଅଭିଭାଷଣ ରଖିଥିଲେ । ବୈଠକର ଜିଲ୍ଲାର ସାଧାରଣ ସମ୍ପାଦକ ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ବୈଠକ କୁ ପରିଚାଳନା କରିଥିଲେ ଓ ଜିଲ୍ଲା ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଲାର ମହିଳା ସମ୍ମୁଖ୍ୟ ସଭାପତି, ଯୁବ ସମ୍ମୁଖ୍ୟ ସଭାପତିଙ୍କ ସମେତ ଜିଲ୍ଲାର ଉପ ସଭାପତି, ସାଧାରଣ ସମ୍ପାଦକ ଓ କାର୍ଯ୍ୟ କାରିଣୀ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *