ସୁଭଦ୍ରା ଯୋଜନା କୁ ନେଇ ବ୍ଳକ ସ୍ତରୀୟ ପ୍ରସ୍ତୁତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହିଳା ଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ସୁଭଦ୍ରା କାର୍ଯ୍ୟକାରୀକୁ ନେଇ ଗୋଶାଣୀ ବ୍ଳକ ସ୍ତରୀୟ ପ୍ରସ୍ତୁତି ଵୈଠକ ବ୍ଳକ ପରିସରରେ ଥିବା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଗୋଶାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ବୈଠକର ମୂଳ ଲକ୍ଷ୍ୟ ହେଲା ସୁଭଦ୍ରା ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ସଚେତନ ହେବା ସହିତ କିପରି ଏହି ଯୋଜନାରେ ସାମିଲ ହୋଇ ଉପକୃତ ହେବେ ଏବଂ କିପରି କାର୍ଯ୍ୟକାରୀ ହେବ ସେ ଉପରେ ବିଭାଗୀୟ ଅଧିକାରୀ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।ଏହି ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ହିତାଧିକାରୀ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରକୁ ଯାଇ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରି ପାରିବେ ବୋଲି କୁହାଯାଇଛି।ପଞ୍ଚାୟତ ଓ ଗୋଶାଣୀ ବ୍ଳକରେ ଥିବା ବିଭିନ୍ନ ଜନସେବା କେନ୍ଦ୍ରରେ ଆବେଦନ ଫର୍ମ ପୂରଣ କରିପାରିବେ ବୋଲି କୁହାଯାଇଛି।ଏହାର ତଦାରଖ କରିବା ପାଇଁ ପଞ୍ଚାୟତ ସ୍ତରୀୟ କ୍ଳଷ୍ଟର ନୋଡାଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି।ଏହି ବୈଠକରେ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ଭାରପ୍ରାପ୍ତ ସି ଡି ପି ଓ ସାରଳା ପାତ୍ର, ଜୀ ପି ଓ ଅଶୋକ କୁମାର ପାତ୍ର ଓ ବି ପି ଏମ୍ ସି ଏଚ ତିରୁପତି ପ୍ରମୁଖ ଉପସ୍ଥିତ ଥିଲେ।ସି ଆର ସି,ଏମ୍ ବି କେ, ଅଙ୍ଗନବାଡ଼ି କର୍ମୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ହେବା ସମ୍ପର୍କିତ ଆବେଦନ ଫର୍ମ କିପରି ପୂରଣ କରିବେ ସେ ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *