ଶରତର ଆଗମନରେ କାଶତଣ୍ଡୀର ସମ୍ଭାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆସୁଛି ପାର୍ବଣ , ହସୁଛି କାଶତଣ୍ଡୀ ! ଶରତର ଆଗମନରେ କାଶତଣ୍ଡୀର ସମ୍ଭାର ଦେଖିବାକୁ ମିଳେ। ସୁନେଲି ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ଧଳା ରଙ୍ଗର ଚାଦର ନେଇ ହସୁଛି ରାଣୀ କାଶତଣ୍ଡୀ । ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶତଣ୍ଡୀର ଅପରୂପ ସୌନ୍ଦର୍ଯ୍ୟ ପରିବେଶର ସୁନ୍ଦରତା କୁ ଦ୍ୱିଗୁଣିତ କରିଥାଏ । କାଶତଣ୍ଡୀର ସମ୍ଭାର ରେ ମଳୟ ପବନରେ ପାର୍ବଣ ଋତୁର ବାସ୍ନା ବାରି ହୋଇ ଗଲାଣି । ମା ଙ୍କ ଆଗମନରେ ଧୋବ ଫରଫର ଚାଦର ରେ ଧରା ଶୋଭା ମଣ୍ଡନ କରିଛି କାଶତଣ୍ଡୀ । ଲୋକଙ୍କୁ ସଙ୍କେତ ଦେଉଛି ପାର୍ବଣ ଋତୁର । ଲୋକେ ଏବେ ବିଭିନ୍ନ ପୂଜା ବହୁ ଆଡମ୍ବର ସହ ପାଳନ କରୁଥିବା ବେଳେ ଧରା ପୃଷ୍ଠରେ ମା ଜଗତଜନନୀ ଦୁର୍ଗାଙ୍କୁ ସ୍ବାଗତ କରିବା ପାଇଁ ଧଳା ରଙ୍ଗ ନେଇ ଭୂପୃଷ୍ଠରେ ସଜେଇ ହୋଇଛି କାଶତଣ୍ଡୀ ଫୁଲ । ପାର୍ବଣ ଋତୁର ଆରମ୍ଭରୁ ଗଜପତି ଜିଲ୍ଲା ର ବିଭିନ୍ନ ନଇପଠା , ଜଳାଶୟ , ସଡ଼କ ପଥ ପାର୍ଶ୍ଵରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ! ପଥିକ ଟିଏ ଏପରି ଦୃଶ୍ୟ ଦେଖି ଅଟିକିଯାଏ , ସେହିଭଳି କବି କଲମରୁ ଝରି ପଡ଼େ କବିତା ଟିଏ !

Leave a Reply

Your email address will not be published. Required fields are marked *