ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ଅବସର ପ୍ରାପ୍ତ ସରକାରୀ ସଂଘ, ଗଜପତି ଶାଖା ତରଫରୁ ଜିଲ୍ଲାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ନୂଆ ପେନସନ ଲାଗୁ ହେବl, ମାଗଣା ସ୍ବାସ୍ଥ୍ୟ ସେବା, ବୟସ୍କଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେବା ସଂପର୍କରେ ଏହି ପେନସନ ହିତାଧିକାରୀ ମାନେ ଲେଖି ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ହିତାଧିକାରୀ ମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ସମାନ ରଖିବାକୁ ନିବେଦନ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଶ୍ଵିନୀ ପାଢ଼ୀ, ବିଚିତ୍ରାନନ୍ଦ ବେବର୍ତ୍ତା , ଏଙ୍କେଟି ପାତ୍ର, ସୁରେଶ ବେହେରା , ଅଶୋକ ଦାସ, ସୁରେଶ ଦାସ, ଗୋପାଳ ଅଧିକାରୀ, ସଚିଦାନନ୍ଦ ସାମଲ, କୈଳାସ ଗୌଡ଼, ସୁରେନ୍ଦ୍ର ରଥ, ହରିମୋହନ ପ୍ରଭୃତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ !