ମନସ୍ତତ୍ଵ ବିଭାଗର ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗ ପକ୍ଷରୁ ପ୍ରାକ୍ତନ ବିଭାଗୀୟ ମୁଖ୍ୟ ତଥା ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମନୋବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା କ୍ରିଷ୍ଣl ସେଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ପରେ ବିଭାଗର ଛାତ୍ର ଛାତ୍ରୀମାନେ ଡକ୍ଟର କଳ୍ପନା ଦାଶ ଙ୍କର ଦୀର୍ଘ ଛତିଶ ବର୍ଷର କର୍ମମୟ ଜୀବନ,ଶିକ୍ଷାଦାନ ଶୈଳୀ, ଛାତ୍ର ବତ୍ସଳତା, ଗଠନମୂଳକ କାର୍ଯ୍ୟ,ଜାତୀୟ ସେବା ଯୋଜନାରେ ସମ୍ପୃକ୍ତି, ଛାତ୍ର କଲ୍ୟାଣ ସମେତ ଅଧ୍ୟକ୍ଷl ଭାବେ କାର୍ଯ୍ୟ କରିବାର ଅଭିନଵ ଶୈଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅନେକ ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇ ଡଃ କଳ୍ପନା ଦାଶ ଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ମହାନୁଭବତାର କଥା ଅବତାରଣା କରିଥିଲେ l ଭିଡିଓ ବାର୍ତ୍ତାରେ ଦୂର ଦୂରlନ୍ତର ଶିକ୍ଷାର୍ଥୀମାନେ ସେମାନଙ୍କର କର୍ମମୟ ଜୀବନ ସହିତ କିପରି ଜଣେ ଗୁରୁ ସଂଯୁକ୍ତ ହୋଇ ରହିଛନ୍ତି ତାହା ବଖାଣି ଥିଲେ l ମଞ୍ଚର ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ.ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା,ଉଦ୍ଭିଦ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରବୀଣ ଜେନା,ଓଡ଼ିଆ ଅଧ୍ୟାପକ ଧୋବୀ ଚରଣ ପରିଡାଙ୍କ ଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ବିଭାଗ ପକ୍ଷରୁ ବର୍ତ୍ତମାନର ଛାତ୍ର ଛାତ୍ରୀଙ୍କ ସହ ପ୍ରାକ୍ତନ ଶିକ୍ଷାର୍ଥୀମାନେ ଉତ୍ତରୀୟ,ମାନପତ୍ର ଓ ପ୍ରୀତି ସ୍ମାରକୀ ପ୍ରଦାନ କରି ଅଧ୍ୟକ୍ଷ ଙ୍କ ମାଧ୍ୟମରେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ରୋଜାଲିନ ମିଶ୍ର l

Leave a Reply

Your email address will not be published. Required fields are marked *