ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ରେ ଗବେଷଣା ପ୍ରକାଶନର ସାଧୁତା ବିଷୟରେ କର୍ମଶାଳା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ର ଏମ. ଏସ. ସ୍ୱାମୀନାଥନ କୃଷି ମହାବିଦ୍ୟାଳୟ ର କୃଷି ସମ୍ପ୍ରସାରଣ ଏବଂ ଶିକ୍ଷା ବିଭାଗ, ଆନୁକୂଲ୍ୟରେ ଗବେଷଣା ପ୍ରକାଶନରେ ସାଧୁତା ଉପରେ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ. ସୁପ୍ରିୟା ପଟ୍ଟନାୟକ, କୃଷି ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ଡ. ସାଗର ମୈତ୍ର , ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ର ସହଯୋଗୀ ଅଧକ୍ଷା ପ୍ରଫେସର ଡ. ପ୍ରଜ୍ଞା ପାଣି ଙ୍କ ଦ୍ୱାରା କର୍ମଶାଳା ଉଦ୍ଘାଟିତ ହୋଇଥିଲା। ଗବେଷଣାରେ ସାଧୁତା ର ନୀତି, ନିର୍ଦ୍ଦେଶାବଳୀ ଏବଂ ସର୍ବୋତ୍ତମ ଅଭ୍ୟାସ କୁ ଗବେଷକ ଙ୍କୁ ବୁଝାଇବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଥିଲା। କର୍ମଶାଳାରେ ଗବେଷଣା ରେ ସାଧୁତା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ର ବିଶେଷଜ୍ଞମାନେ ଅଂଶଗ୍ରହଣ କରି ଅନ୍ତର୍ନିହିତ ଜ୍ଞାନ ଉପସ୍ଥାପନା କରିଥିଲେ | ଅତିଥି ବକ୍ତାମାନେ ଇଂରାଜୀ ବିଭାଗ ର ପ୍ରଫେସର ଡ. ପ୍ରଜ୍ଞା ପାଣି, ମୁଖ୍ୟ ଲାଇବ୍ରେରିଆନ୍ ଡ. ବୃନ୍ଦାବନ ନାହାକ, ଉଦ୍ୟାନ କୃଷି ବିଭାଗ ର ପ୍ରଫେସର ଡ. ଚିନ୍ତାମଣି ପଣ୍ଡା, ପରିଚାଳନା ବିଭାଗ ର ପ୍ରଫେସର ଡ. ସୁଶାନ୍ତ କୁମାର ମିଶ୍ର ଏବଂ ଇଞ୍ଜିନିୟରିଂ ବିଭାଗ ର ପ୍ରଫେସର ଡ. ରମେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ମୂଲ୍ୟବାନ ଜ୍ଞାନ ଏବଂ ସାଧୁତା ନୀତିରେ ପାରଦର୍ଶୀତା ବାଣ୍ଟିଥିଲେ ଏବଂ ବୃହତ ତଥ୍ୟ ଓ କୃତ୍ରିମ ବୁଦ୍ଧିମତା ଯୁଗରେ ଅନୁସନ୍ଧାନକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ୧୮୦ ଜଣ ଛାତ୍ର ଏବଂ ୨୦ ଜଣ ଗବେଷକ ଉପସ୍ଥିତ ରହି କର୍ମଶାଳାକୁ ସଫଳ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ କୃଷି ସମ୍ପ୍ରସାରଣ ଏବଂ ଶିକ୍ଷା ବିଭାଗ ର ସହଯୋଗୀ ପ୍ରାଧ୍ୟାପକ ଡ. ଚିତ୍ରସେନ ପାଢ଼ୀ ସଂଯୋଜନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଛାତ୍ର ସଂଯୋଜକ ସମିକ କୁମାର ପ୍ରଧାନ ଏବଂ ସୁବାଷ ଚନ୍ଦ୍ର ମୁଣ୍ଡା ଏକ ଅନୁକୂଳ ଶିକ୍ଷଣ ପରିବେଶକୁ ସୁଗମ କରିବାରେ ଏକ ଉତ୍କୃଷ୍ଟ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *