ନବୀନ ପଟ୍ଟନାୟକ ଙ୍କ ୭୮ ତମ ଜନ୍ମଦିନ ଉପଲକ୍ଷେ ବଡ଼ମ୍ବା ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ରକ୍ତ ଦାନ ଶିବିର !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଏବଂ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୮ ତମ ଜନ୍ମଦିନ ଉପଲକ୍ଷେ ବଡ଼ମ୍ବା ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଆୟୁଷ୍ମାନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷ ଙ୍କ ପ୍ରତିନିଧି ସୁଶାନ୍ତ ଜେନା ଏବଂ ସମ୍ମାନୀତ ଅତିଥି ଭାବେ ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ୍ ବିଜୁ ଜନତା ଦଳ ର ସଭାପତି ରବୀନ୍ଦ୍ର କୁମାର ସାହୁ , ସଦାନନ୍ଦ ସ୍ୱାଇଁ , ପ୍ୟାରୀ ମୋହନ ସ୍ୱାଇଁ , ପ୍ରଦୀପ ସ୍ୱାଇଁ, ରବୀନ୍ଦ୍ର ରଣା ପ୍ରମୂଖ ଉପସ୍ଥିତ ଥିଲେ ! ରକ୍ତଦାନ ଶିବିର ରେ ମୋଟ ୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ! ଶିବିର ରେ ରବୀନ୍ଦ୍ର କୁମାର ସାହୁ, ସୁଶାନ୍ତ ଜେନା, ସଦାନନ୍ଦ ସ୍ୱାଇଁ, ପ୍ୟାରୀ ମୋହନ ସ୍ୱାଇଁ ଏବଂ ଯୁବ ଛାତ୍ର ଶାଖାର ବହୁ ନେତା ଓ କର୍ମୀ ଆୟୁଷ୍ମାନ ପଟ୍ଟନାୟକ, ରାକେଶ ଦାସ, ସିତୁ ପଢ଼ିଆରି, ଦିବ୍ୟ ପ୍ରତାପ ସ୍ଵାଇଁ , ଭାରତ ଭୂଷଣ ଶତପଥୀ ପ୍ରମୂଖ ରକ୍ତଦାନ କରିଥିଲେ !

Leave a Reply

Your email address will not be published. Required fields are marked *