ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ବାଣପୁର ପଞ୍ଚାୟତ ଅଧିନସ୍ତ ବିଷ୍ଣୁଡ଼ିହ ପଞ୍ଚାୟତ ଗୋଦାମ ଗୃହର ତାଲା ଭାଙ୍ଗିଵା ସହ ଅନ୍ୟ ଗୃହ ମାନଙ୍କରେ ତାଲା ଭାଙ୍ଗି ଲୁଟି ନେଇଛନ୍ତି ୫୮ ବସ୍ତା ପିଡିଏସ୍ ଚାଉଳ ! ନୂଆ ପାଣି ପମ୍ପ ର ପାଇପ ମଧ୍ୟ ଚୋରାଇ ନେଇଛନ୍ତି ଦୁର୍ବୁତ୍ତ l ଏ ନେଇ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ର ପି ଇ ଓ ତ୍ରିଲୋଚନ ନାୟକ ଓ ସରପଞ୍ଚ ପୁଷ୍ପିତା ପ୍ରଧାନ l ଚୋରି ସମ୍ପର୍କ ରେ ବାଣପୁର ଥାନାରେ ଅଭିଯୋଗ ହେବା ପରେ ଏ ନେଇ ବାଣପୁର ପୋଲିସ ଏକ ମାମଲା ୠଜୁ କରି ତଦନ୍ତ ଆରମ୍ଭ କରିଛି l ଚୋରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ବେଳେ ବିଷ୍ଣୁଡ଼ିହ ପଂଚାୟତରେ ଉତେଜନା ଦେଖାଦେଇଛି l ଉକ୍ତ ପଂଚାୟତର ପିଡିଏସ ଚାଉଳକୁ ବାଣ୍ଟିବା ନିମନ୍ତେ କିଛି ବ୍ୟକ୍ତିକୁ ମଜୁରୀ ଦେଇ ପିଇଓ ଯୋଗାଣ ସହାୟକ ଓ ସରପଞ୍ଚ ରଖୁଥିବା ବେଳେ ସେହି ପିଡିଏସ ଚାଉଳ ବାଣ୍ଟୁଥିବା ବିଷ୍ଣୁଡ଼ିହ ଗ୍ରାମର ଚିତରଂଜନ ଜେନା ନାମକ ବ୍ୟକ୍ତିକୁ ପୋଲିସ ଗିରଫ କରିଛି ! ସେହି ଗ୍ରାମର ଆଉ ଜଣେ ଡ୍ରାଇଭର କୁ ମଧ୍ୟ ଗିରଫ କରି ତଦନ୍ତ ଚଳାଇଛି ପୁଲିସ l ଉକ୍ତ ପଞ୍ଚାୟତ ର ସରପଞ୍ଚ ବିଜେପି ସମର୍ଥିତ ହୋଇଥିବା ବେଳେ ଚିତ୍ତରଞ୍ଜନ ଜେନା ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ରହିଥିବାର ଦେଖିବାକୁ ମିଳିଛି l ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l
ବାଣପୁର ବିଷ୍ଣୁଡିହ ପଞ୍ଚାୟତ ଗୋଦାମ ଗୃହର ତାଲା ଭାଙ୍ଗି ପିଡିଏସ୍ ଚାଉଳ ଚୋରି ଅଭିଯୋଗ !!!

