ଜନ୍ମମାଟି ଭୀମପୁର ରେ ପ୍ରଥମ ମହିଳା ଓପ୍ରସେ ଶିବାନୀ ରାଉତଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳର ପ୍ରଥମ ମହିଳା ତଥା ଭୀମପୁର ଗ୍ରାମର ଶିବାନୀ ରାଉତ ଓଡ଼ିଶା ପ୍ରସାଶନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ଲାଭ କରି ମଣ୍ଡଳର ପ୍ରଥମ ମହିଳା ଭାବରେ କୃତିତ୍ତ୍ଵ ଅର୍ଜନ କରିଥିବାରୁ ଜନ୍ମମାଟି ଭୀମପୁରର ବାନାମ୍ବରଏକାଡ଼େମୀ ଠାରେ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ତରଫରୁ ଉଚ୍ଛ୍ଵସିତ ସମୂର୍ଦ୍ଧନା ଜ୍ଞାପନ କରାଯାଇଛି I ଗ୍ରାମର ପ୍ରମୁଖ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ଵରେ ଏବଂ ଏକାଡ଼େମୀର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଗଡ଼ନାୟକଙ୍କ ସହଯୋଗରେ ଆୟୋଜିତ ଏହି ସମାରୋହରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ରସେନାପତି, ବାଳମୁକୁନ୍ଦ ଦାସ, ବୈରାଗୀଚରଣ ବେହେରା, ଲକ୍ଷ୍ମୀଧର ସାହୁ, ରାହାସ ବିହାରୀ ସାହୁ, ବିଭୂତି ଭୂଷଣ ନନ୍ଦ, ରମେଶ ଚନ୍ଦ୍ର ବେହେରା, ମଧୁସୂଦନ ନନ୍ଦ, ଗଣେଶ୍ଵର ମୁଦୁଲି, ବୈରାଗୀଚରଣବଳ, ଏବଂ ଶିବାନୀଙ୍କ ବାପା, ମା ନାରାୟଣ ରାଉତ ଓ କବିତା ରାଉତଙ୍କ ସମେତ ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଶିବାନୀଙ୍କୁ ପୁଷ୍ପମାଲ୍ୟାର୍ପଣ ସହିତ ପୁଷ୍ପ ବୃଷ୍ଟି କରାଇମଞ୍ଚ ଉପରକୁ ପାଛୋଟି ନେଇଥିଲେ । ବାଣପୁର ମଣ୍ଡଳର ଭୀମପୁର ଗାଁ ଏକ ସଂସ୍କୃତି, ଐତିହ୍ୟ ସଂପର୍ଣ୍ଣ ଓ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଗାଁ ହୋଇ ବହୁ କବି ସାହିତ୍ୟିକ, ପ୍ରଶାସନିକ ଅଧିକାରୀ, ଶିକ୍ଷାବିତଙ୍କୁ ସୃଷ୍ଟି କରିଥିଲେ ମଧ୍ୟ ଶିବାନୀ ରାଉତ ଓ. ପ୍ର .ସେ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ପ୍ରଥମ ମହିଳା ପ୍ରଶାସନିକ ଅଧିକାରୀ ହେବାର ଗୌରବ ଲାଭ କରିଥିବାରୁ ଗାଁ’ମାଟି ଧନ୍ୟ ହୋଇଥିବା ସହିତ ସମଗ୍ର ଗ୍ରାମବାସୀ ଗୌରବାନ୍ୱିତ ମନେକରୁଥିବା କଥା କହି ନିଜ ନିଜର ବ୍ୟକ୍ତବ୍ୟ ରଖି ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଗାଁ ଭୀମପୁର ଇତିହାସରେ ଶିବାନୀ ରାଉତ ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ିଦେଇଥିବା କଥା ପ୍ରକାଶ କରି ସମାଜର ଦୁଃସ୍ଥ, ନିଷ୍ପେସିତ,ର ସେବାରେ ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣାପ୍ରଦାନ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶିବାନୀ ନିଜର ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ କିପରି ଏକାଗ୍ରତା ଓ ସାଧନା କରିବାକୁ ହୁଏ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ସମସ୍ଥଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ବିଦ୍ୟାଳୟ ତରଫରୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷକ ଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *