ଦେଢ ବର୍ଷର ଝିଅକୁ ମାଡ ମାରି ମା’ ବାଣପୁର ଥାନାରେ ଅଟକ : ଭାଇରାଲ ଭିଡିଓକୁ ନେଇ ପୁଲିସର ତଦନ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ବାଣପୁରରେ । ନିଜର ଦେଢ ବର୍ଷର ଶିଶୁ କନ୍ୟାକୁ ଅମାନୁଷିକ ଭାବେ ମାଡ ମାରିବା ସହ ମୋବାଇଲ ଫୋନରେ ଏହାର ଭିଡିଓ ଉତ୍ତୋଳନ କରିଛନ୍ତି ଶିଶୁର ମା’ । ତେବେ ଶିଶୁର ବାପା ଭିଡିଓ ଟି ସାମାଜିକ ଗଣ ମାଧ୍ୟମରେ ନିଜ ପରିବାର ଲୋକଙ୍କୁ ପଠାଇବା ପରେ ଭିଡିଓ ଟି ସାର୍ବଜନୀନ (ଭାଇରାଲ) ହୋଇ ପଡିଥିଲା । ପ୍ରଘଟ ଭିଡିଓ କୁ ନେଇ ବାଣପୁର ପୁଲିସ ମା’ ଓ ଝିଅଙ୍କୁ ଥାନାକୁ ଆଣି ବୁଝାସୁଝା ଚଳାଇଛି । ବାଣପୁର ବ୍ଳକ ଗମ୍ଭାରୀମୁଣ୍ଡା ହରିଚନ୍ଦନପୁର ଗ୍ରାମର ପ୍ରସାନ୍ତ ନାୟକ (ଛଦ୍ମନାମ)ଙ୍କ ର ଗଞ୍ଜାମ ଜିଲ୍ଳା ସିଂହାସନୀ ଅଞ୍ଚଳର ବନିତା (ଛଦ୍ମନାମ, ୨୪) ଙ୍କୁ ଚାରି ବର୍ଷ ପୂର୍ବେ ବିବାହ କରିଥିଲେ । ତେବେ ବିବାହ ପରଠାରୁ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା ପ୍ରଶାନ୍ତ ଜେସିବି ଡ୍ରାଇଭର ଭାବେ କେରଳ ରେ କାମ କରୁଛନ୍ତି । ପରିବାରର ଅନ୍ୟ ଜଣେ ମହିଳାଙ୍କ ସହ ସ୍ୱାମୀଙ୍କର ସମ୍ପର୍କ ରହିଥିବା କବିତା ଅଭିଯୋଗ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରାୟ ଯୁକ୍ତିତର୍କ ଓ ବଚସା ହୋଇ ପ୍ରତ୍ୟହ ଗଣ୍ଡଗୋଳ ହେବାରୁ କବିତା ବାଣପୁର ବଜାରରେ ଅଲଗା ରହୁଥିଲେ । ଏ’ ମଧ୍ୟରେ ଉଭୟଙ୍କର ଗୋଟିଏ ଶିଶୁ କନ୍ୟା ଜନ୍ମ ହୋଇଥିଲା । ତେବେ ଘର ଭଡା ସହ ଝିଅ ଓ ପତ୍ନୀଙ୍କର ପ୍ରତିପୋଷଣ ତଥା ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ସ୍ୱାମୀ ସୁଶାନ୍ତ କୈାଣସି ଟଙ୍କା ଦେଉନଥିଲେ । ତେବେ ଗତ କାଲି କବିତା ଅତି ଅମାନୁଷିକ ଭାବେ ଝିଅକୁ ମାଡ ମାରିବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓଟିକୁ ସ୍ୱାମୀଙ୍କ ମୋବାଇଲ ଫୋନକୁ ପଠାଇ ଥିଲେ । ତେବେ ସ୍ୱାମୀ ଭିଡିଓଟି ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସାମାଜିକ ଗଣ ମାଧ୍ୟମରେ ପଠାଇବା ବେଳେ ଭିଡିଓଟି ସାର୍ବଜନୀନ (ଭାଇରାଲ) ହୋଇ ଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଭିଡିଓଟି ପ୍ରଘଟ ହେବାପରେ ଶନିବାର ରାତିରେ ପୁଲିସ ଉଭୟ ମା’ ଓ ଝିଅକୁ ଥାନାକୁ ଆଣି ମା କୁ ବୁଝାସୁଝା କରିଥିଲେ । ତେବେ କବିତାଙ୍କ ଶଶୁର ଘର ସଦସ୍ୟମାନେ ଥାନାରେ ପହଞ୍ଚି କବିତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ରବିବାରେ ଉଭୟଙ୍କୁ ଜିଲା ଶିଶୁ କଲ୍ୟାଣ କମିଟିକୁ ପଠାଯିବ ବୋଲି ତଦନ୍ତାଧିକାରୀଙ୍କ ଠାରୁ ଜଣାପଡିଛି । ଘଟଣାଟି ସମଗ୍ର ବାଣପୁରରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Leave a Reply

Your email address will not be published. Required fields are marked *