ବାତ୍ୟା ପରେ ଆଶ୍ରୟସ୍ଥଳୀରୁ ଘରକୁ ଫେରୁଛନ୍ତି ଲୋକେ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବାତ୍ୟା ପରବର୍ତ୍ତୀ ସମୟରେ ତତ୍ପର କଟକ ହରିଣ ପାର୍କ ତୁଳସୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷା । ବାତ୍ୟା ପୂର୍ବରୁ ବସ୍ତି ବାସିନ୍ଦା ଙ୍କୁ କଟକ ହରିଣ ପାର୍କ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ! ପ୍ରଶାସନ ତରଫରୁ କେମିତି ଲୋକ ମାନଙ୍କୁ ରଖିଛନ୍ତି ,କଣ ଖାଉଛନ୍ତି, କଣ କଣ ସୁବିଧା ରହିଛି ଆସନ୍ତୁ ସେ ବିଷୟରେ ଜାଣିବା । ବାତ୍ୟା ଦାନା ଲ୍ୟାଣ୍ଡ ଫଲ୍ କଲା ପରେ ସରକାରୀ ସ୍କୁଲରେ ୱାଡ ନମ୍ବର ୧୬ ର କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା, ୱାଡ଼ ନମ୍ୱର ୧୬ ର ସ୍ୱଚ୍ଛସାଥୀ ଜୟଶ୍ରୀ ବେହେରା, ନିର୍ମଳା ଦାସ, ରଞ୍ଜିତା ଜେନା ପହଂଚି ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ ! ଚାଳ ଘର ଥିବା ଲୋକଙ୍କୁ ସୂଚନା ଦିଆଯାଇଥିଲା ସ୍କୁଲ ଘରେ ଆଶ୍ରୟ ନେବା ପାଇଁ , ସମେସ୍ତ ଆସି ରହିଥିଲେ । ରହିବା, ଖାଇବା, ଶୋଇବା ବ୍ୟବସ୍ଥା କରାଯାଇଥିଲା । ୱାଡ଼ ନମ୍ବର ୧୬ ର କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା ୪୦୦ ରୁ ୫୦୦ ଲୋକଙ୍କୁ ସ୍ଥାନାନ୍ତରିତ ପରେ ସକାଳ, ଦିନ, ରାତି ଖାଇବା , ମେଡ଼ିସିନ, ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲେ । ୧୯୯୯ ମହାବାତ୍ୟା ଏବଂ ୨୦୨୦ ରେ ବାତ୍ୟା ୟ୍ୟସ୍ , ୨୦୨୧ ମଧ୍ୟ ବାତ୍ୟା ବୁଲବୁଲ୍ ହୋଇଥିଲା ! ସେ ସମୟରେ ଲୋକ ଯେମିତ ଭୟଭୀତ ଥିଲେ , ଏବେ ମଧ୍ୟ ଭୟଭୀତ ହୋଇଥିଲେ ! ତେବେ ବାତ୍ୟା ଆଶଙ୍କା ଅପସରି ଯିବାପରେ ଲୋକ ମାନେ ଭୟ ଛାଡି ନିଜ ନିଜ ଘରକୁ ଫେରି ଯାଉଛନ୍ତି ।

 

Leave a Reply

Your email address will not be published. Required fields are marked *