ମଲ୍ଲିକାର୍ଜୁନ ଶୈବ ପୀଠରେ ଶତାଧିକ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀକାକୁଲମ ଜିଲ୍ଲାର ଟେକିଲି ମଣ୍ଡଳର ରାଇବଲସା ଗ୍ରାମ ନିକଟରେ ଥିବା ମଲ୍ଲିକାଅର୍ଜୁନେସ୍ୱର ଶୈବ ପୀଠରେ ଆଜି କାର୍ତ୍ତିକ ମାସର ଶେଷ ସୋମବାର ହୋଇ ଥିବାରୁ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ଏହି ସ୍ଥାନଟି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ପ୍ରାୟ 40 କିଲୋମିଟର ଦୂରରେ ଅବସ୍ଥିତ।ବହୁ ବର୍ଷ ପୂର୍ବରୁ ଏହି ଶିବଲିଙ୍ଗଟି ରହିଛି।ଲୋକଙ୍କ ବିଶ୍ୱାସ ରହିଛି ଯେ ସେଠାରେ ଠାକୁରଙ୍କୁ ଦର୍ଶନ କଲେ ନିଜର ମନସ୍କାମନା ପୂର୍ଣ୍ଣ ହୁଏ।ଏହା ମଧ୍ୟ ବିଶ୍ୱାସ ରହିଛି ଏହି ଶିବ ଲିଙ୍ଗଟି ବର୍ଷକୁ ବର୍ଷ ବୃଦ୍ଧି ହେଉଛି।ଏହି ସ୍ଥାନଟି ଆନ୍ଧ୍ର ପ୍ରଦେଶରେ ଓ ଓଡ଼ିଶାର ସୀମା ନିକଟବର୍ତ୍ତି ଥିବାରୁ ଉଭୟ ଆନ୍ଧ୍ର ଓ ଓଡ଼ିଶାର ଭକ୍ତ ମାନେ ଠାକୁରଙ୍କ ଦର୍ଶନ କରିବା ପାଇଁ ଆସନ୍ତି।ନଡିଆ,କଦଳୀ ବେଲପତ୍ର, କୁଙ୍କୁମ,ତିଳକ,ଚନ୍ଦନ ଦହି ମହୁ,କ୍ଷୀର,ଫୁଲ ବିଭିନ୍ନ ପ୍ରକାର ଫଳ ପ୍ରଭୃତି ସାଙ୍ଗରେ ଆଣି ପୂଜାର୍ଚ୍ଚନା କରିଛନ୍ତି। ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଏହି ମନ୍ଦିର ନିକଟରେ ଏକ ସୁନ୍ଦର ପୋଖରୀ ଅଛି ସେହି ପୋଖରୀ ନିକଟରେ ଭକ୍ତ ମାନେ ପିତୃପୁରୁଷଙ୍କୁ ଭୋଗ ଲଗାଇ କଦଳୀ ପଟୁଆରେ ତିଆରି ଡଙ୍ଗା ମଧ୍ୟ ଭସାଇଥାନ୍ତି।

Leave a Reply

Your email address will not be published. Required fields are marked *