ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଶ୍ଳୀଳ ନୃତ୍ୟକୁ ବିରୋଧ କରାଯିବ , ଅଲ୍ ଓଡ଼ିଶା ଡ୍ୟାନ୍ସ ଗୃପ ମାଲିକ ସଂଘ ର ନିଷ୍ପତ୍ତି ! ରାଜ୍ୟ ରେ ଥିବା ବିଭିନ୍ନ ଡ୍ୟାନ୍ସ ଗ୍ରୁପ ଗୁଡ଼ିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାର ସ୍ଥାୟୀତ୍ଵ ନେଇ ଏବେ ଚିନ୍ତା ରେ ମାଲିକ ଓ କଳାକାର ମାନେ । ଏନେଇ ଓଡ଼ିଶା ଡ୍ୟାନ୍ସ ଗ୍ରୁପ ମାଲିକ ସଂଘ ଓ କଳାକାର ସଂଘ ର ଗୁରୁତ୍ଵପୂର୍ଣ୍ଣ ବୈଠକ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଧବଳେଶ୍ଵର ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଛି । ଡ୍ୟାନ୍ସ ଗ୍ରୁପ ମାଲିକ ସଂଘର ସଭାପତି ମନୋରଞ୍ଜନ ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ରେ ରାଜ୍ୟର କୋଣ ଅନୁକୋଣ ରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଡ୍ୟାନ୍ସ ଗ୍ରୁପ ମାଲିକ ସଂଘ ଓ ୩୦୦ ରୁ ଉର୍ଦ୍ଧ୍ଵ କଳାକାର ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବିରୋଧ କରାଯିବ , କୈାଣସି ଡ୍ୟାନ୍ସ ଗୃପ ମାଲିକ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ । କଳାକାର ଓ ମାଲିକ ମାନଙ୍କୁ ସରକାର ସୁବିଧା ଓ ସୁରକ୍ଷା ଯୋଗାଇ ଦେବା , ସୁବିଧା ରେ ପଞ୍ଜୀକରଣ କରାଯିବା, କଳାକାର ଚିହ୍ନଟ ଆଦି କାର୍ଯ୍ୟ କରାଯିବାକୁ ଦାବି କରିଥିଲେ । ଓଡ଼ିଶା ରେ ଶହ ଶହ କଳା କାର ଓ ମାଲିକ ମାନେ ଏହି ନୃତ୍ୟ ବୃତ୍ତି କୁ ଆପଣେଇ ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଏବେ କିନ୍ତୁ ଏହି ଡ୍ୟାନ୍ସ ସଂସ୍ଥା ଗୁଡ଼ିକ ବହୁ ଦୟନୀୟ ଅବସ୍ଥାରେ ଚାଲିଛି ।ଯଦି ସରକାର ଓ ପ୍ରଶାସନ ଏଥି ପ୍ରତିଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ଏହି ସଂସ୍ଥା ବୁଡିଯିବ ବୋଲି ମତପୋଷଣ କରିଥିଲେ ।