ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ପ୍ରେସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ କର୍ଣ୍ଣଦେବ ସମାଦାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବଳ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ଗଣମାଧ୍ୟମର ଦାୟିତ୍ଵ ଓ ମୌଳିକ ମୂଲ୍ୟବୋଧ ଭିତ୍ତିକ ଆଲୋଚନା କରାଯାଇଥିଲା l ସମାଜ ର ପରିବର୍ତ୍ତନ କୁ ଦୃଷ୍ଟିରେ ରଖି କିପରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ତାହା ଆଜିର ଆଲୋଚନା କେନ୍ଦ୍ର ବିନ୍ଦୁ ଥିଲା l ସମ୍ବାଦ , ସାମ୍ବାଦିକତା ,ପ୍ରଶାସନ, ସରକାର ଏହି ଚାରୋଟି ଟି ଉପାଦାନ ରେ ପରିବର୍ତ୍ତନ ସମାଜ ର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ,ଯାହାକି ସମାଜର ୪ର୍ଥ ସ୍ତମ୍ଭ ଭାବରେ ସାମ୍ବାଦିକତା କୁ ନିଆଯାଇଛି l କିଛି ସ୍ଵତନ୍ତ୍ର ବିଷୟ ବସ୍ତୁକୁ ଆଧାରିତ କରି ସାମ୍ବାଦିକ ମାନଙ୍କର ସୁବିଧା ସୁଯୋଗ ବିଷୟ ରେ ବିସ୍ତୃତ ଆଲୋଚନା କରି ଉଲେକ୍ଷ କରିଥିଲେ,ସାମ୍ବାଦିକ ଶ୍ରୀ ରାମ କୃଷ୍ଣ ରଥ, ହୁସେନ୍ ଖା,ବୈଦ୍ଯ ଭୂଷଣ ମହାପାତ୍ର, ଓ ଜୟନ୍ଧର ବେହେରା ଓ ଅନେକ ସାମ୍ବାଦିକ ବନ୍ଧୁ ମାନେ ନିଜର ନାର୍ଯ୍ୟ ଦାବି କୁ ପ୍ରାଶାସନ ଓ ସରକାର ଙ୍କ ପାଖରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ l
ନୟାଗଡ ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ !!!

