ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ତିରିମଲ୍ଲ ଗ୍ରାମପଞ୍ଚାୟତ ରାଣୀପୁର ଗ୍ରାମର ଗୌତମ ମହାରଣା । ବାପା ମା ସେବାଶ୍ରମ ଟ୍ରଷ୍ଟ ପ୍ରତିଷ୍ଠା କରି ଅସହାୟ ବୃଦ୍ଧାବୃଦ୍ଧଙ୍କ ସେବା କରିବା ସହିତ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗୌତମ ମହାରଣା । ମିଳିଥିବା ସୂଚନା ମୁତାବକ ଗୌତମ ନିଜ ପାଇଁ ଚିନ୍ତା ନକରି ସମସ୍ତଙ୍କୁ ଆପଣାର ଭାବି ସ୍ଵେଚ୍ଛାକୃତ ଭାବେ ରକ୍ତ ଦେଇ ଆସୁଛନ୍ତି । ରକ୍ତ ଦେବା ପାଇଁ ଫୋନ୍ ଆସିଲା ମାତ୍ରକେ ପୀଡିତଙ୍କ ପାଖରେ ପହଞ୍ଚିବା ସହ ରକ୍ତ ଦାନ କରିଥାନ୍ତି ବୋଲି ବନ୍ଧୁ ସ୍ଵେଛାସେବୀ ହାଡିବନ୍ଧୁ ମହାରଣା, ରାମ ମହାପାତ୍ର କହିଛନ୍ତି I ଗୌତମ ୨୦୧୩ ମସିହାରୁ ସ୍ଵେଚ୍ଛାକୃତ ଭାବେ ୪୦ଥର ରକ୍ତ ଦାନ କରି ସେ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏମ୍ସ ମେଡିକାଲ , କଟକ ବଡ ମେଡିକାଲ, କଳିଙ୍ଗ ହସ୍ପିଟାଲ , ବେଗୁନିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ଭୁବନେଶ୍ୱର ନୀଳାଚଳ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ମୁନିସିପାଲଟି ହସ୍ପିଟାଲ , ସମ୍ ହସ୍ପିଟାଲ ଏବଂ ଅନ୍ୟ ହସ୍ପିଟାଲ ଗୁଡିକରେ ରକ୍ତ ଦେଇଥିବାର ଜଣାପଡିଛି । ଅନ୍ୟ ପକ୍ଷରେ ଏ ସମ୍ପର୍କରେ ଗୌତମ କୁହନ୍ତି, ବାରମ୍ଵାର ରକ୍ତ ଦେବାରୁ ଅସୁସ୍ଥ ହୋଇଯିବି ବୋଲି ଆଶଙ୍କା କରି ମା ଭୟଭୀତ ହୋଇ ପଡନ୍ତି । ସହଧର୍ମିଣୀଙ୍କ ସମର୍ଥନ ରହିଛି। ଜୀବନ ଥିବା ପର୍ଯ୍ୟନ୍ତ ରକ୍ତବାନ କରୁଥିବି । ଅନ୍ୟ ଯୁବକ ମାନେ ମଧ୍ୟ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିବା ଆବଶ୍ୟକ । ରକ୍ତ ଦେବା ଦ୍ୱାରା ସମ୍ପର୍କ ବଢିଥାଏ ବୋଲି ସେ କହିଛନ୍ତି ।