ରୋଟାରୀ ରୟାଲ ପକ୍ଷରୁ ନିରାଶ୍ରୟ ଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରୋଟାରୀ ରୟାଲ ପକ୍ଷରୁ ନିରାଶ୍ରୟ ଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ । ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ରୟାଲ୍ ପକ୍ଷରୁ ଭୁବନେଶ୍ୱର ସହରର ବିଭିନ୍ନ ଅଂଚଳ ରାଜମହଲ, କଳ୍ପନା, ମାଷ୍ଟାରକ୍ୟାଣ୍ଟିନ , ବାଣିବିହାର ଇତ୍ୟାଦି ସ୍ଥାନରେ ଖୋଲା ଆକାଶ ତଳେ ଜୀବନ ଯାପନ କରୁଥିବା ନିରାଶ୍ରୟ ବ୍ୟକ୍ତି ମାନଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରାଯାଇଥିଲା । କ୍ଲବ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ସଂଯୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବ୍ ର ପ୍ରାକ୍ତନ ସଭାପତି ପ୍ରସନ୍ନ ଲେଙ୍କା ଓ ଦୁର୍ଯୋଧନ ସାହୁ, ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ଆଶୁତୋଷ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଗକୁ ସମାଜର ବଞ୍ଚିତ ବର୍ଗଙ୍କ ପାଖରେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବାରେ ରୋଟାରୀ ତାର ପ୍ରୟାସ ଜାରି ରଖିବ ବୋଲି କ୍ଲବ ସଭାପତି ଶ୍ରୀ କର କହିଥିଲେ ।

Leave a Reply

Your email address will not be published. Required fields are marked *