ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଆଜି ପୂର୍ବାହ୍ଣରେ ମହାବିଦ୍ୟାଳୟ ପରିସରରେ ବାଲୁଗାଁ ଥାନା ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ସେବା ଯୋଜନା, ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ତଥା ରେଡ ରିବନ କ୍ଲବ ଓ ରେଞ୍ଜର ଶାଖା ପକ୍ଷରୁ ମିଳିତ ଭାବେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉପସ୍ଥିତିରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ାଙ୍କ ପରାମର୍ଶ କ୍ରମେ ପୋଲିସ ଇନସପେକ୍ଟର ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଛାତ୍ର ଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ନିୟମ, ଶୃଙ୍ଖଳା, ନୈତିକତା,ହେଲମେଟର ବ୍ୟବହାର,ବିପଜ୍ଜନକ ପରିସ୍ଥିତିର ମୁକାବିଲା, ଯୁବ ପିଢ଼ିର ଭୂମିକା ସମେତ ମଦ୍ୟପାନର କୁପ୍ରଭାବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହାପରେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ଅଧ୍ୟାପକ ଧୋବୀ ଚରଣ ପରିଡ଼ା, ଅଧ୍ୟାପକ ଚନ୍ଦନ ନାୟକ ଓ ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲିଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ସଡ଼କ ସୁରକ୍ଷା ସମ୍ପର୍କିତ ନାରା ଦେଇ ଅଞ୍ଚଳ ପରିକ୍ରମା କରିବା ସହ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସାମିଲ ହୋଇଥିଲେ l

Leave a Reply

Your email address will not be published. Required fields are marked *